ପରିବେଶ ସୁରକ୍ଷା: ଭାରତୀୟ ଷ୍ଟାର୍ଟଅପ କମ୍ପାନୀକୁ ମିଳିଲା ୧ ନିୟୁତ ପାଉଣ୍ଡ

add-all

ନୂଆଦିଲ୍ଲୀ: ପରିବେଶ ସୁରକ୍ଷା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଭାରତର ଏକ ଷ୍ଟାର୍ଟ ଅପ କମ୍ପାନୀକୁ ମିଳିଛି ସମ୍ମାନଜନକ ପୁରସ୍କାର। ଏହି ପୁରସ୍କାର ଲାଗି ଚୟନ ହୋଇଥିବା ୫ଟି ଷ୍ଟାର୍ଟଅପ କମ୍ପାନୀ ମଧ୍ୟରୁ ଭାରତର ଗୋଟିଏ ରହିଥିଲା। ଏହି ସଂସ୍ଥା ହେଉଛି କ୍ଷେତି। ଉକ୍ତ ସଂସ୍ଥାକୁ ପ୍ରିନ୍ସ ୱିଲିୟମଙ୍କ ଆର୍ଥସଟ୍ ପୁରସ୍କାର ବିଜେତା ଭାବେ ଘୋଷଣା କରାଯାଇଥିଲା। ପୁରସ୍କାର ବାବଦକୁ ଉକ୍ତ ସଂସ୍ଥାକୁ ୧ ମିଲିୟନ୍ ପାଉଣ୍ଡ ମିଳିଛି। କ୍ଷେତି ଏକ ଭାରତୀୟ ଷ୍ଟାର୍ଟଅପ୍ ସଂସ୍ଥା , ଯାହା କ୍ଷୁଦ୍ର ଚାଷୀଙ୍କ ପାଇଁ “ଗ୍ରୀନ୍ ହାଉସ୍-ଇନ୍-ବକ୍ସ” ଡିଜାଇନ୍ କରିଥିଲା।

ପ୍ରକୃତିର ସୁରକ୍ଷା ଦିଗରେ ବିଭିନ୍ନ ଉପାୟରେ ଏହି ସଂସ୍ଥା କାମ କରୁଛି। ଏହି ସଂସ୍ଥା ୨୦୨୭ ସୁଦ୍ଧା ୫୦,୦୦୦ ଚାଷୀଙ୍କୁ ଗ୍ରୀନ୍ ହାଉସ୍-ଇନ୍-ବକ୍ସରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଆମେରିକାର ବୋଷ୍ଟନ ସହରରେ ଏକ ଭବ୍ୟ ସମାରୋହରେ ଶୁକ୍ରବାର ପ୍ରିନ୍ସ ୱିଲିୟମ ସଫଳ ଉଦ୍ୟୋଗୀମାନଙ୍କୁ ପୁରସ୍କୃତ କରିଛନ୍ତି । ବୋଷ୍ଟନର ଏମଜିଏମ ମ୍ୟୁଜିକ୍ ହଲରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା। ଯେଉଁଠି ୫ ଜଣ ବିଜେତା ପ୍ରତ୍ୟେକଙ୍କୁ ୧ ମିଲିୟନ୍ ପାଉଣ୍ଡ ପ୍ରଦାନ କରାଯାଇଛି।

ad-week
Leave A Reply

Your email address will not be published.