ପଶ୍ଚିମବଙ୍ଗରେ ବିଜେପି-ଟିଏମସି କର୍ମୀ ମୁହାଁମୁହିଁ: ଜଳିଲା ଟିଏମସି କାର୍ଯ୍ୟାଳୟ, ପାଉଁଶ ହେଲା ବାଇକ୍

add-all

କୋଲକାତା: ପଶ୍ଚିମବଙ୍ଗରେ ବିଜେପି-ତୃଣମୂଳ କଂଗ୍ରେସ (ଟିଏମସି) କର୍ମୀ ମୁହାଁମୁହିଁ। ଜଳିଲା ଟିଏମସି କାର୍ଯ୍ୟାଳୟ। ପାଉଁଶ ହେଲା ବାଇକ୍। ପଶ୍ଚିମବଙ୍ଗର ଦକ୍ଷିଣ ୨୪ପରଗନା ଜିଲ୍ଲାର ହୋଟୁଗଞ୍ଜ ଅଞ୍ଚଳରେ ଘଟିଛି ଏଭଳି ଘଟଣା। ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଜିଲ୍ଲାର ଡାଇମଣ୍ଡ ହାର୍ବରରେ ଏକ ରାଲି କରୁଥିବା ବେଳେ ଏଭଳି ଘଟଣା ଘଟିଥିବା ସାମ୍ନାକୁ ଆସିଛି।

ଜାତୀୟ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟ ଭଙ୍ଗାରୁଜା କରାଯିବା ସହ କାର୍ଯ୍ୟାଳୟ ବାହାରେ ଥିବା ମୋଟରସାଇକେଲ ଜାଳି ଦିଆଯାଇଛି। ଆଇନ ଶୃଙ୍ଖଳା ରକ୍ଷା ପାଇଁ ଏହି ଅଞ୍ଚଳରେ ଏକ ବଡ ପୁଲିସ ଫୋର୍ସ ଏବଂ ରାପିଡ ଆକ୍ସନ ଫୋର୍ସ (ଆରଏଫ) ନିୟୋଜିତ କରାଯାଇଥିବା ଜଣାପଡ଼ିଛି। ତେବେ ଏଥିରେ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିନାହିଁ।

ଜାତୀୟ ଗଣମାଧ୍ୟମ ଲାଇଭ ହିନ୍ଦୁସ୍ତାନ ଅନୁଯାୟୀ, ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାରେ ଟିଏମସିର ବରିଷ୍ଠ ନେତ‌ା ଅଭିଷେକ ବାନାର୍ଜୀଙ୍କ ରାଲିସ୍ଥଳ ନିକଟରେ ହୋଇଥିବା ବିସ୍ଫୋରଣ ପାଇଁ ୩ଜଣଙ୍କ ମୃତ୍ୟୁ ହୋଇଛି। ଏହା ସହ ଏକାଧିକ ଲୋକେ ଆହତ ହୋଇଥିବା ଜଣାପଡ଼ିଛି। ପୁଲିସ ଆଜି ଏହି ସୂଚନା ଦେଇଛି।

ad-week
Leave A Reply

Your email address will not be published.