ମହିଳା ମୋର୍ଚ୍ଚା ଅଭିଯାନର ନେତୃତ୍ୱ ନେବେ ପ୍ରିୟଙ୍କା

add-all

ନୂଆଦିଲ୍ଲୀ: କଂଗ୍ରେସ ପକ୍ଷରୁ ଭାରତ ଯୋଡ଼ୋ ଯାତ୍ରାରେ ରାହୁଲ ଗାନ୍ଧି ନେତୃତ୍ୱ ନେଉଥିବା ବେଳେ ଦଳ ଆରମ୍ଭ କରିବ ମହିଳା ମୋର୍ଚ୍ଚା ଅଭିଯାନ। ଏହି ଅଭିଯାନରେ କଂଗ୍ରେସର ସାଧାରଣ ସମ୍ପାଦକ ତଥା ରାହୁଲ ଗାନ୍ଧିଙ୍କ ଭଉଣୀ ପ୍ରିୟଙ୍ଗା ଗାନ୍ଧି ଭଦ୍ରା ନେତୃତ୍ୱ ନେବେ। ରବିବାର କଂଗ୍ରେସ ଏମପି କେସି ଭେଣୁଗୋପାଳ ଏ ସମ୍ପର୍କରେ ରିବାର ଘୋଷଣା କରିଛନ୍ତି। ୨୦୨୩ ଜାନୁଆରୀ ୨୬ରୁ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ୨ ମାସ ଧରି ଏହି ଅଭିଯାନ ଚାଲିବ। ସେହିପରି ଭାରତ ଯୋଡୋ ଯାତ୍ରା ପରେ କଂଗ୍ରେସ ‘ହାତ୍ ସେ ହାତ୍ ଯୋଡୋ ଅଭିଯାନ’ ଆରମ୍ଭ କରିବ ବୋଲି କହିଛି। ଆଜି କଂଗ୍ରେସର ପରିଚାଳନା କମିଟି ବୈଠକରେ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ ଏହି ଘୋଷଣା କରିଛନ୍ତି।

ଆମେ ଜାନୁଆରୀ ୨୬ରୁ ଏକ ବିଶାଳ ଅଭିଯାନ-‘ହାତ୍ ସେ ହାତ୍ ଯୋଡୋ ଅଭିଯାନ’ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛୁ। ଏହା ଏକ ଦୁଇ ମାସର ଅଭିଯାନ ହେବ, ଯାହା ଅଧୀନରେ ବ୍ଲକ ସ୍ତରୀୟ ପଦଯାତ୍ରା କରାଯିବ। ଏହି ସମୟ ମଧ୍ୟରେ ଦଳ ରାହୁଲ ଗାନ୍ଧୀଙ୍କ ଏକ ଚିଠି ଏବଂ ମୋଦି ସରକାରଙ୍କ ବିରୋଧରେ ଥିବା ଚାର୍ଜସିଟ ଲୋକଙ୍କୁ ହସ୍ତାନ୍ତର କରିବ। ଏହି ଯାତ୍ରା ସମୟରେ ଆମେ ଯୁବପିଢ଼ି ସହ ଯୋଡି ହେବା ଉପରେ ବିଶେଷ ଧ୍ୟାନ ଦେବୁ ବୋଲି ଦଳର ନେତା କେସି ଭେଣୁଗୋପାଳ ଗଣମାଧ୍ୟମକୁ କହିଛନ୍ତି।

“ବୈଠକ ସମୟରେ ଆମେ ଭାରତ ଯୋଡୋ ଯାତ୍ରା ପରେ କ’ଣ କରାଯିବ ସେ ବିଷୟରେ ଆଲୋଚନା କରିଥିଲୁ। ‘’ହାତ୍ ସେ ହାତ୍ ଯୋଡୋ ଅଭିଯାନ’ ହେଉଛି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ଯାହା କରିବାକୁ ଯୋଜନା କରାଯାଇଛି। ବ୍ଲକ ତଥା ଜିଲ୍ଲା ସ୍ତରରେ ଏହା କରାଯିବ। ରାହୁଲ ଗାନ୍ଧୀ ଏହି ସମୟରେ ଭାରତ ଯୋଡୋ ଯାତ୍ରାର ସଫଳତାକୁ ବିଷୟରେ କହିବେ” ବୋଲି କଂଗ୍ରେସର ସାଂସଦ ଜୟରାମ ରମେଶ କହିଛନ୍ତି।

ad-week
Leave A Reply

Your email address will not be published.