ହିନ୍ଦୁମାନଙ୍କ ବିବାହ ଉପରେ ବିବାଦୀୟ ମନ୍ତବ୍ୟ ଦେଇ କ୍ଷମା ମାଗିଲେ

add-all

ହୋଜାଇ(ଆସାମ): ହିନ୍ଦୁମାନଙ୍କ ବିବାହ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଲ୍‌ ଇଣ୍ଡିଆ ‌ୟୁନାଇଟେଡ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌’ର (ଏଆଇୟୁଡିଏଫ୍‌) ସଭାପତି ବଦରୁଦିନ୍‌ ଅଜ୍‌ମଲ୍‌ ଶେଷରେ କ୍ଷମା ମାଗିଛନ୍ତି। ତାଙ୍କ ମନ୍ତବ୍ୟରେ ସେ ନିଜେ ଲଜ୍ଜିତ ବୋଲି କହି କ୍ଷମାଭିକ୍ଷା କରିଛନ୍ତି। ଅଜ୍‌ମଲ୍‌ କହିଛନ୍ତି, କୌଣସି ସମ୍ପ୍ରଦାୟର ଭାବାବେଗକୁ ଆଘାତ ଦେବା ମୋର ଉଦ୍ଦେଶ୍ୟ ନ ଥିଲା। ମୁଁ ଦେଇଥିବା ଟିପ୍ପଣୀ ପାଇଁ ଅତ୍ୟନ୍ତ ଦୁଃଖିତ। ଜଣେ ବରିଷ୍ଠ ନେତା ହିସାବରେ ମୁଁ ଏଭଳି ମନ୍ତବ୍ୟ ଦେବା ଅନୁଚିତ। ମୋ ମନ୍ତବ୍ୟ ଯୋଗୁଁ କଷ୍ଟ ପାଇଥିବା ସମସ୍ତଙ୍କୁ ମୁଁ କ୍ଷମା ମାଗୁଛି। କରୁଛି। ଏଭଳି ମନ୍ତବ୍ୟ ଯୋଗୁଁ ମୁଁ ଲଜ୍ଜିତ। ମୁଁ ଚାହେଁ ସରକାର ସଂଖ୍ୟାଲଘୁଙ୍କ ପ୍ରତି ଉଚିତ ବିଚାର କରନ୍ତୁ ଓ ସେମାନଙ୍କୁ ଶିକ୍ଷା ଏବଂ କର୍ମସଂସ୍ଥାନ ଯୋଗାଇ ଦିଅନ୍ତୁ। ଜନସଂଖ୍ୟା ନିୟନ୍ତ୍ରଣ ବିଷୟରେ ବି ଚିନ୍ତା କରିବା ଉଚିତ ବୋଲି ସେ କହିଛନ୍ତି। ଗତ ଶନିବାର ବଦରୁଦିନ୍‌ ଅଜ୍‌ମଲ୍‌ ହିନ୍ଦୁମାନଙ୍କ ବିବାହ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। କହିଥିଲେ ହିନ୍ଦୁମାନେ ମୁସଲିମ ସୂତ୍ର ଗ୍ରହଣ କରି ସେମାନଙ୍କ ପିଲାମାନଙ୍କୁ ଅଳ୍ପ ବୟସରେ ବିବାହ କରିବା ଉଚିତ୍‌।
ମୁସଲମାନ ଯୁବକମାନେ ୨୦-୨୨ ବର୍ଷ ବୟସରେ ବିବାହ କରନ୍ତି। ମୁସଲିମ ମହିଳାମାନେ ୧୮ ବର୍ଷରେ ବିବାହ ପାଇଁ ଆଇନତଃ ସୀକୃତି ରହିଛି। କିନ୍ତୁ ବିବାହ ପୂର୍ବରୁ ହିନ୍ଦୁମାନେ ଗୋଟିଏ, ଦୁଇ କିମ୍ବା ତିନୋଟି ବେଆଇନ ପତ୍ନୀଙ୍କୁ ରଖୁଛନ୍ତି। ସେମାନେ ପିଲା ଜନ୍ମ କରନ୍ତି ନାହିଁ। କେବଳ ଉପଭୋଗ କରନ୍ତି । ଆଉ ଟଙ୍କା ସଞ୍ଚୟ କରନ୍ତି ବୋଲି ବଦୁରୁଦ୍ଦିନ ଅଜମଲ କହିଛନ୍ତି।

ମୁସଲମାନମାନେ ଜନସଂଖ୍ୟା ବୃଦ୍ଧି କରୁଥିବା ଅଭିଯୋଗ ସମ୍ପର୍କରେ ବଦରୁଦିନ୍‌ କହିଥିଲେ ଯେ, ୪୦ ବର୍ଷ ପରେ ହିନ୍ଦୁମାନେ ପରିବାର ଚାପରେ ବିବାହ କରୁଛନ୍ତି। ନଚେତ ଯଦି ସେମାନେ କେଣେ ଫସି ଯାଉଛନ୍ତି ତେବେ ବିବାହ କରୁଛନ୍ତି। ତେଣୁ ୪୦ ବର୍ଷ ପରେ ଜଣେ କେମତି ଛୁଆ ଜନ୍ମ କରିବ ବୋଲି ଆପଣ ଭାବୁଛନ୍ତି। ଯଦି ତୁମେ ଉର୍ବର ଜମିରେ ବୁଣିବ, ତୁମେ ଭଲ ଫସଲ ପାଇବ। ଭଲ ଚାଷ ହେବ। ତେଣୁ ମୁଲସମାନ ଫର୍ମୁଲାଙ୍କୁ ହିନ୍ଦୁମାନେ ଆପଣାଇବା ଉଚିତ।

ad-week
Leave A Reply

Your email address will not be published.