ଗାଁ ପାଖରେ ବୁଲୁଛି ମହାବଳ, ଭୟରେ ଗ୍ରାମବାସୀ

add-all

ନାରାୟଣପାଟଣା ୦୫।୧୨ : କିଛି ଦିନର ବ୍ୟବଧାନ ପରେ ପୁଣି ସକ୍ରିୟ ମହାବଳ ବାଘ। କିଛି ଦିନ ତଳେ ବନ୍ଧୁଗାଁ ବ୍ଲକ ସୀମାନ୍ତ ଝାଙ୍କିରି କାରିଲିରେ ଏକ ବଳଦକୁ ମାରି ଖାଇବା ପରେ ପୁଣି ଆଲମଣ୍ଡା ପଞ୍ଚାୟତର କେବିଡି ଓ ଆଖପାଖ ଅଞ୍ଚଳରେ ମହାବଳ ବାଘ ଆତଙ୍କ ଖେଳାଇଛି। ୨ ରୁ ଅଧିକ ଛେଳିଙ୍କୁ ବାଘ ଝାମ୍ପି ନେଇଥିବା ଗାଁ ଲୋକଙ୍କ ପକ୍ଷରୁ ସୂଚନା ମିଳିଛି।

ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି। ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବନ ବିଭାଗ ଲଗାତର ଭାବେ ବାଘ ଉପରେ ନଜର ରଖିଛି। ଖୁବ୍ ଶୀଘ୍ର ବାଘକୁ ଘଉଡ଼ାଇବା ପାଇଁ ବନ ବିଭାଗ ଉଦ୍ୟମ କରୁଛି। ଡାକବାଜି ଯନ୍ତ୍ର ଦ୍ଵାରା ବନ ବିଭାଗ ଗାଁକୁ ଗାଁ ବୁଲି ଲୋକମାନଙ୍କୁ ସଚେତନ କରୁଛି।

ad-week
Leave A Reply

Your email address will not be published.