ଦୁର୍ବୁର୍ତ୍ତ ଦ୍ୱାରା ସେଣ୍ଟ ଜୋହନ ଇଂଲିସ ମିଡିୟମ ସ୍କୁଲର ସ୍କାଇଲାଇଟ, ପାଣି ମୋଟର ପାଇପ ଓ ବାରଣ୍ଡା ଭଙ୍ଗାରୁଜା।

add-all

ଦାରିଙ୍ଗବାଡ଼ି, ୫/୧୨, ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଧିନ ଇଂଲିଶ ମିଡିୟମ ସ୍କୁଲର ପାଇଖାନା ସ୍କାଇ ଲାଇଟ, ପାଣି ମୋଟର ପାଇପ ଓ ବାରଣ୍ଡାକୁ ଲୁହା ଦ୍ୱାରା ଭାଙ୍ଗି ଥିବା, ଇଂଲିଶ ମିଡିୟମ ସ୍କୁଲର ପ୍ରିନ୍ସିପାଲ କପିଳାଶ ନାୟକ ଆଜି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତି କରି ଥାନ ଉପ ନିରୀକ୍ଷକ ଅମରେନ୍ଦ୍ର ସୁବୁଦ୍ଧି ଙ୍କ ନେତୃତ୍ୱରେ ଏଏସଆଇ ରମାକାନ୍ତ ସେଠି ଓ ଥାନା କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଦୁର୍ବୁତ୍ତଙ୍କ ଦ୍ୱାରା ଭଙ୍ଗା ଯାଇଥିବା ପ୍ରତେକ ଜିନିଷ ଗୁଡିକୁ ତନ୍ନ ତନ୍ନ କରି ଯାଞ୍ଚ କରିଥିବା ଦେଖିବାକୁ ମିଳିଛି। ପୋଲିସର ଯାଞ୍ଚ ସମୟରେ ଇଂଲିସ ମିଡିୟମ ସ୍କୁଲର ସମସ୍ତ କର୍ମଚାରୀଙ୍କ ସହିତ, ବ୍ରାହ୍ମଣୀଗାଁ ପାରିସର ମୁଖ୍ୟ ଯାଜକ ରବି ସଭାସୁନ୍ଦର,ଯାଜକ ରଶ୍ମିକାନ୍ତ ନ ନାୟକ ଓ ଅଞ୍ଚଳରେ ଥିବା ୬ଗୋଟି ପାରିସର ମୁଖ୍ୟ ତଥା ଡିନ ଯାଜକ କରୁଣାକର ଦିଗାଲ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.