ଝିଅ ହେବ ତ ରୋହିଣୀଙ୍କ ପରି, ଆଗାମୀ ପିଢ଼ି ପାଇଁ ସେ ଉଦାହରଣ ବୋଲି କହିଲେ ବରିଷ୍ଠ ବିଜେପି ନେତା

add-all

ନୂଆଦିଲ୍ଳୀ: ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କର ଗତକାଲି ସିଙ୍ଗାପୁରରେ କିଡ୍‌ନି ପ୍ରତ୍ୟାରୋପଣ ହୋଇଯାଇଛି। ତାଙ୍କୁ କିଡ୍‌ନି ଦାନ କରିଛନ୍ତି ତାଙ୍କ ସାନ ଝିଅ ରୋହିଣୀ ଆଚାର୍ଯ୍ୟ। ରୋହିଣୀ ନିଜ ବାପାଙ୍କ ଜୀବନ ବଞ୍ଚାଇବ‌ାକୁ ଏତେ ବଡ଼ ତ୍ୟାଗ କରିଥିବାରୁ ତାଙ୍କୁ ବିଭିନ୍ନ ଆଡୁ ପ୍ରସଂଶା ମିଳିବାରେ ଲାଗିଛି।

ରୋହିଣୀଙ୍କ ପ୍ରଶଂସା କରି ବିଜେପିର ବରିଷ୍ଠ ନେତା ଗିରିରାଜ୍‌ ସିଂହ ଏକ ଟ୍ବିଟ୍‌ କରି ଲେଖିଛନ୍ତି, ‘ଝିଅ ହେବ ତ ରୋହିଣୀ ଆଚାର୍ଯ୍ୟଙ୍କ ପରି। ଆପଣଙ୍କକୁ ନେଇ ମୁଁ ଗର୍ବ କରୁଛି। ଆସନ୍ତା ପିଢ଼ିଙ୍କ ପାଇଁ ଆପଣ ଉଦାହରଣ ବନିବେ।’

ଗତକାଲି ଲାଲୁ ଯାଦବଙ୍କ ପୁଅ ତେଜ୍ବସୀ ଯାଦବ ଏକ ଟ୍ବିଟ୍‌ କରି ଲେଖିଥିଲେ ‘ପାପାଙ୍କର କିଡ୍‌ନି ପ୍ରତ୍ୟାରୋପଣ ଅପରେସନ ସଫଳତାର ସହ ହେବା ପରେ ତାଙ୍କୁ ଓଟିରୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ଡୋନର୍‌ ବଡ଼ ଭଉଣୀ ରୋହିଣୀ ଆଚାର୍ଯ୍ୟ ଓ ଆରଜେଡି ସୁପ୍ରିମୋ ଦୁହେଁ ସୁସ୍ଥ ଅଛନ୍ତି। ଆପଣମାନଙ୍କ ପ୍ରାର୍ଥନା ଓ ଶୁଭେଚ୍ଛା ପାଇଁ ସାଧୁବାଦ ଜଣାଉଛି।

୭୪ବର୍ଷୀୟ ଲାଲୁ ଅନେକ ସ୍ବାସ୍ଥ୍ୟସମସ୍ୟାରେ ଜଡ଼ିତ ରହିଥିଲେ। ନିକଟ ଅତୀତରେ ସେ କିଡନୀ ପ୍ରତିରୋପଣ ପାଇଁ ସିଙ୍ଗାପୁରରେ ପହଞ୍ଚିଥିଲେ। ସିଙ୍ଗାପୁରରେ ରହୁଥିବା ଝିଅ ରୋହିଣୀ ବାପାଙ୍କୁ ଗୋଟିଏ କିଡନୀ ଦାନ କରିବେ ବୋଲି ନିଷ୍ପତ୍ତି ନେବା ପରେ ଦେଶର ସମସ୍ତ ଝିଅମାନଙ୍କ ପାଇଁ ଆଦର୍ଶ ବନିଛନ୍ତି।

ad-week
Leave A Reply

Your email address will not be published.