ବିମୁଦ୍ରାୟନକୁ ବିରୋଧ କରି ଆଗତ ପିଟିସନ୍‌ର ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍‌ କୋର୍ଟ

add-all

ନୂଆଦିଲ୍ଲୀ: ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌କୁ ଅଚଳ କରିବା ଲାଗି ୬ ବର୍ଷ ତଳେ କେନ୍ଦ୍ର ସରକାର ଗ୍ରହଣ କରିଥିବା ନିଷ୍ପତ୍ତିକୁ ଚାଲେଞ୍ଜ୍ କରି ଦାଏର ହୋଇଥିବା କେତେଗୁଡ଼ିଏ ପିଟିସନ୍‌ର ଶୁଣାଣି କରିବା ପରେ ଆଜି ସୁପ୍ରିମ୍‌ କୋର୍ଟ ନିଜ ରାୟ ସଂରକ୍ଷିତ ରଖିଥିବା ‘ଲାଇଭ୍‌ ଲ’ ରିପୋର୍ଟ କରିଛି।

ବିଚାରପତି ଏସ୍‌. ଅବ୍ଦୁଲ୍‌ ନାଜୀର୍‌, ବି.ଆର୍‌. ଗୱାଇ, ଏ.ଏସ୍‌. ବୋପାନ୍ନା, ଭି. ରାମସୁବ୍ରମଣିୟାନ୍‌ ଏବଂ ବି. ଭି. ନାଗରତ୍ନାଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ୫୮ଟି ପିଟିସନ୍‌ ଉପରେ ଆଗତ ଯୁକ୍ତି ଶୁଣିଥିଲେ। ଏହି ମାମଲା ଉପରେ ଡିସେମ୍ବର ୧୦ ତାରିଖ ସୁଦ୍ଧା ଯୁକ୍ତିର ସାରାଂଶ ଲିଖିତ ଭାବେ ଦାଖଲ କରିବା ପାଇଁ ସମସ୍ତ ପକ୍ଷଙ୍କୁ ଅନୁମତି ଦେଇଛନ୍ତି।

ଏହା ବ୍ୟତିରେକେ, ବିମୁଦ୍ରାୟନ ଘୋଷଣା ସଂକ୍ରାନ୍ତ ଆନୁସଙ୍ଗିକ ରେକର୍ଡ ମଧ୍ୟ ଦାଖଲ କରିବା ଲାଗି ଅଦାଲତ କେନ୍ଦ୍ର ସରକାର ଓ ଭାରତର ରିଜର୍ଭ ବ୍ୟାଙ୍କ୍‌ଙ୍କୁ କହିଛନ୍ତି। ଭାରତର ଆଟର୍ଣ୍ଣି ଜେନେରାଲ୍‌ ଆର୍‌. ଭେଙ୍କଟରମଣୀ କହିଛନ୍ତି ଯେ, କାଗଜପତ୍ରଗୁଡ଼ିକ ମୁଦା ଲଫାପାରେ ଦାଖଲ କରାଯିବ।

ad-week
Leave A Reply

Your email address will not be published.