ମହଙ୍ଗା ପଡିଲା ରାଗିଂ: ବ୍ରହ୍ମପୁର ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭ ଜଣ ଛାତ୍ରଙ୍କୁ କରାଗଲା ବହିଷ୍କାର

add-all

ବ୍ରହ୍ମପୁର:ମହଙ୍ଗା ପଡିଲା ରାଗିଂ । ୭ ଜଣ ଛାତ୍ରଙ୍କୁ ବହିଷ୍କାର । ଆଣ୍ଟି ରାଗିଂ କମିଟିର ତଦନ୍ତ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଅଧ୍ୟକ୍ଷ। ବ୍ରହ୍ମପୁର ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କିଛି ଛାତ୍ର ସେମାନଙ୍କୁ ରାଗିଂ କରାଯାଉଥିବାନେଇ ୧୯ ତାରିଖରେ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ

ସିନିୟର ଛାତ୍ରମାନେ ଶ୍ରେଣୀ ଗୃହରେ ବାଣ ଫୁଟାଇବା ସହ ବିଶୃଙ୍ଖଳା କରୁଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ ଆଣ୍ଟି ରାଗିଂ କମିଟିକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ କଲେଜ କର୍ତ୍ତୃପକ୍ଷ। ବହିଷୃତ ହୋଇଥିବା ୭ ଜଣ ଛାତ୍ର ଯଦି କ୍ୟାମ୍ପସ ମଧ୍ୟରେ ବୁଲିବେ ତେବେ ପୋଲିସ ନିଜ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏନେଇ ସୂଚନା ଦେଇଛନ୍ତି ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ।

ad-week
Leave A Reply

Your email address will not be published.