ଭଡ଼ା ଘରେ ଚାଲିଥିଲା ଦେହ ବେପାର, ୨ ଯୁବକଙ୍କ ସମେତ ୩ ଜଣ ଗିରଫ

add-all

ମାଲକାନଗିରି: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ। ରାତି ହେଲେ ଆସୁଥିଲେ ଭଳିକି ଭଳି ଗରାଖ । ସବୁବେଳେ ଲୋକଙ୍କ ଗହଳି ସାଙ୍ଗକୁ ଅଚିହ୍ନା ଲୋକଙ୍କୁ ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଚଢ଼ାଉ କରି ସେଠାରେ ସେକ୍ସ ରାକେଟ ଚାଲୁଥିବା ଜାଣିବାକୁ ପାଇଲା। ପୁଲିସ୍‌ ଉକ୍ତ ଘରୁ ୨ ଯୁବକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ଏପରି ଘଟଣା ମାଲକାନଗିରି ଜିଲ୍ଲା କୁମୁଟିଗୁଡାରେ ଦେଖିବାକୁ ମିଳିଛି। 

 କୁମୁଟିଗୁଡାସ୍ଥିତ  ଏକ ଭଡ଼ା ଘରେ ଦୀର୍ଘ ଦିନ ହେଲା ସେକ୍ସ ରାକେଟ ଚାଲୁଥିଲା। ଏଠାକୁ ସବୁବେଳେ ଭିନ୍ନ ଭିନ୍ନ ଲୋକେ ଆସୁଥିବା ଦେଖି ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା। ଏନେଇ ଖବର ପାଇ ଗତକାଲି ରାତିରେ ପୁଲିସ୍‌ ଟିମ୍‌ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ଅସଞ୍ଜତ ଅବସ୍ଥାରେ ସେହି ଘରୁ ୨ ଜଣ ଯୁବକ ଓ ୨ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା। ୨ ଯୁବକଙ୍କ ସମେତ ୩ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି ।

ତେବେ ଗିରଫ ହୋଇଥିବା ୨ ଜଣ ଯୁବକ ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲ୍ଲାର ବୋଲି ଜଣା ପଡ଼ିଛି । ତେବେ ଉଦ୍ଧାର ଦୁଇ  ଯୁବତୀଙ୍କ ମଧ୍ୟରୁ ଜଣେ ଝାରସୁଗୁଡାର ଓ ଅନ୍ୟ ଜଣେ ମାଲକାନଗିରିର ବୋଲି ଜଣାପଡ଼ିଛି । ଚଢାଉ ସମୟରେ ମୋବାଇଲ, କିଛି ଟଙ୍କା ଓ ଆପତ୍ତି ଜନକ ସାମଗ୍ରୀ  ଜବତ କରାଯାଇଛି । ଏପରି ଚଢ଼ାଉ ଆଗକୁ ଜାରିରହିବା ବୋଲି ମାଲକାନଗିରି ଥାନା ଅଧିକାରୀ କହିଛନ୍ତି।

ad-week
Leave A Reply

Your email address will not be published.