କାଦୁଅରେ ଫସିଲେ ୨ ହାତୀ

add-all

ବାରିପଦା: ଖାଲରେ ପଡ଼ି ଛଟପଟ ହେଉଛନ୍ତି ୨ ହାତୀ। ବାହାରିବାକୁ ବାଟ ପାଉନାହାନ୍ତି। ଏପରି ଦୃଶ୍ୟ ଆଜି ସକାଳୁ ବାରିପଦା ରେଞ୍ଜ ହଳଦୀବଣି ସେକ୍ସନର କାଠରୋମା ଗାଁରେ ଦେଖିବାକୁ ମିଳିଛି।

କାଠରୋମା ଗାଁରେ ଥିବା ଏକ ଖାଲ କାଦୁଅ, ପାଣିରେ ଭର୍ତ୍ତି ହୋଇଥିବା ବେଳେ ଗତକାଲି ରାତିରେ  ୨ ହାତୀ  ଉକ୍ତ ଖାଲରେ ପଡ଼ି ଛଟପଟ ହେଉଛନ୍ତି।   ସ୍ଥାନୀୟ ଲୋକେ ଆଜି ସକାଳେ ହାତୀଦ୍ୱୟଙ୍କୁ ଖାଲରେ ପଡିଥିବା ଦେଖିବାକୁ ପାଇଥିଲେ। ଏନେଇ ଖବର ପାଇ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ହାତୀଦ୍ୱୟଙ୍କୁ ଉଦ୍ଧାର ପାଇଁ ଜେସିବି ମେସିନ ଆସି ସାରିଛି । ଖୁବଶୀଘ୍ର ସେମାନଙ୍କୁ ଉଦ୍ଧାର କରାଯିବ ବୋଲି ବାରିପଦା ଡିଏଫଓ କହିଛନ୍ତି।

ଗତ କିଛି ଦିନ ହେଲାଣି କାଠରୋମା ଗାଁ ଆଖପାଖ ଅଞ୍ଚଳରେ ଏକ ୨୩ ଟିକିଆ ହାତୀପଲ ବୁଲୁଥିଲେ। ଗତ କାଲି ବିଳମ୍ବିତ ରାତିରେ ଏହି ୨ ହାତୀ କୌଣସି କାରଣରୁ ଖାଲରେ ପଡ଼ି ଯାଇଥିବା ବେଳେ ଆଉ ବାହାରକୁ ବାହାରି ପାରି ନ ଥିଲେ। ଫଳରେ ରାତି ସାରା ହାତୀ ୨ଟି ପାଣି କାଦୁଅରେ ଫସି ଗର୍ଜନ କରିଥିଲେ। ସକାଳେ ଗ୍ରାମବାସୀ ଏହା ଦେଖି ବନ ବିଭାଗକୁ ଖବର ଦେଇଥିଲେ।

ad-week
Leave A Reply

Your email address will not be published.