ସାଉଦି ପ୍ରିନ୍ସଙ୍କ ବିରୋଧରେ ମାମଲା ଖାରଜ କଲା ଆମେରିକା କୋର୍ଟ

add-all

ୱାସିଂଟନ : ଆମେରିକାର ‌ଜନୈକ ଫେଡ଼େରାଲ ଜଜ୍ ମଙ୍ଗଳବାର ସାଉଦି ଯୁବରାଜ ମହମ୍ମଦ ବିନ୍ ସଲମାନଙ୍କ ବିରୋଧରେ ଆମେରିକୀୟ ସାମ୍ବାଦିକ ଜମଲ ଖାସୋଗିଙ୍କ ହତ୍ୟା ଅଭିଯୋଗରେ ରୁଜୁ କରାଯାଇଥିବା ମାମଲାକୁ ଖାରଜ କରିଦେଇଛନ୍ତି। ଜୋ ବାଇଡେନ ପ୍ରଶାସନ ଯୁବରାଜ ନିର୍ଦ୍ଦୋଷ ବୋଲି କହିବା ପରେ କୋର୍ଟ ଏହି ପଦକ୍ଷେପ ନେଇଛନ୍ତି।

କଲମ୍ବିଆ ଜିଲ୍ଲା ଜଜ୍ ଜନ୍ ଡି ବେଟ୍‌ସ ସରକାରଙ୍କ ମତକୁ ସମ୍ମାନ ଜଣେଇ ଯୁବରାଜ ମହମ୍ମଦ ବିନ୍ ସଲମାନଙ୍କ ବିରୋଧରେ ଥିବା ହତ୍ୟା ମାମଲାକୁ ଖାରଜ କରିଦେଇଥିଲେ ମଧ୍ୟ ଖାସୋଗିଙ୍କ ହତ୍ୟାରେ ତାଙ୍କ ସମ୍ପୃକ୍ତି ନେଇ ରହିଥିବା ଅଭିଯୋଗକୁ ବିଶ୍ବାସଯୋଗ୍ୟ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ୨୦୧୮ରେ ଇସ୍ତାନବୁଲସ୍ଥିତ ସାଉଦି ଦୂତାବାସରେ ସାଉଦି ଅଧିକାରୀମାନେ ଖାସୋଗିଙ୍କୁ ହତ୍ୟା କରିଥିଲେ। ଖାସୋଗି ସାଉଦି ଶାସକଙ୍କ ବିରୋଧରେ ୱାସିଂଟନ ପୋଷ୍ଟରେ ‌ସ୍ତମ୍ଭ ଲେଖିବା ପରେ ତାଙ୍କୁ ହତ୍ୟା କରାଯାଇଥିଲା। ଯୁବରାଜଙ୍କ ନିର୍ଦ୍ଦେଶରେ ଏହି ହତ୍ୟା କରାଯାଇଥିବା ଆମେରିକା ଗୋଇନ୍ଦା ସଂସ୍ଥା ସୂଚନା ଦେଇଥିଲା।

ad-week
Leave A Reply

Your email address will not be published.