ଜମ୍ମୁ କାଶ୍ମୀରରେ ଚଳିତ ବର୍ଷ ୩ ପଣ୍ଡିତଙ୍କ ସମେତ ୧୪ ସଂଖ୍ୟାଲଘୁଙ୍କୁ ହତ୍ୟା

add-all

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ଚଳିତ ବର୍ଷ ୩ କାଶ୍ମୀର ପଣ୍ଡିତଙ୍କ ସମେତ ମୋଟ୍‌ ୧୪ ଜଣ ସଂଖ୍ୟାଲଘୁଙ୍କୁ ହତ୍ୟା କରାଯାଇଛି। ସରକାର ଆଜି ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆଜି ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କହିଛନ୍ତି, ଚଳିତ ବର୍ଷ ୧୨୩ଟି ଆତଙ୍କବାଦୀ କାର୍ଯ୍ୟକଳାପରେ ୧୮୦ ଆତଙ୍କବାଦୀ ନିପାତ ହୋଇଛନ୍ତି, ୩୧ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି ଏବଂ ୩୧ ନାଗରିକଙ୍କ ମୃତ୍ୟୁ ହୋଇଛି। ଚଳିତବର୍ଷ ଜାନୁଆରିରୁ ଏଯାବତ ୩ କାଶ୍ମୀର ପଣ୍ଡିତଙ୍କ ସମେତ ୧୪ ସଂଖ୍ୟାଲଘୁଙ୍କୁ ହତ୍ୟା କରାଯାଇଛି। ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ବିକାଶ ପ୍ୟାକେଜ୍‌, ୨୦୧୫ ଅଧୀନରେ କାଶ୍ମୀର ପ୍ରବାସୀଙ୍କ ପାଇଁ ୩ ହଜାର ସରକାରୀ ଚାକିରି ସୃଷ୍ଟି କରାଯାଇଛି। ଗତ ୫ ବର୍ଷ ମଧ୍ୟରେ ୨,୬୩୯ କାଶ୍ମୀର ପ୍ରବାସୀଙ୍କୁ ନିଯୁକ୍ତି ମିଳିଛି।

ad-week
Leave A Reply

Your email address will not be published.