ହାରିଲେ ଗୁଜରାଟର ଆପ୍‌ ମୁଖ୍ୟ ଓ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

add-all

ଅହମଦାବାଦ: ଗୁଜରାଟରେ ପରିବର୍ତ୍ତନର ନାରା ଦେଇ ବିଜେପିକୁ ହରାଇବା ଲକ୍ଷ୍ୟ ରଖିଥିବା ଅରିବନ୍ଦ କେଜ୍ରିୱାଲଙ୍କ ଆପ୍‌ ସୁପର ଫ୍ଲପ ହୋଇଛି। ଏଠାରେ ଦଳ ୧୦ରୁ ବି କମ ଆସନ ଜିତିବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି। ସ୍ଥିତି ଏପରି ହୋଇଛି ଯେ ଗୁଜରାଟର ଆପ୍‌ ମୁଖ୍ୟ ଗୋପାଳ ଇଟାଲିଆ ଓ ଆପ୍‌ ଗୁଜରାଟ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଥିବା ଈଶୁଦାନ ଗଢ଼ବୀ ପରାସ୍ତ ହୋଇଛନ୍ତି।

ଗୋପାଳ ଇଟାଲିଆ କାତାରଗାମ ବିଧାନସଭା ଆସନରେ ପ୍ରାର୍ଥୀ ହୋଇଥିଲେ। ଏଠାରେ ପୂର୍ବରୁ ବିଧାୟକ ଭାବେ କାର୍ଯ୍ୟ କରୁଥିବା ବିଜେପିର ବିନୋଦ ମୋରାଡିୟା ଏକତରଫା ଭାବେ ଗୋପାଳଙ୍କୁ ହରାଇଛନ୍ତି। ଗୋପାଳଙ୍କୁ ବିଜେପି ବିଧାୟକ ବିନୋଦ ୪୫ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି। ଆପ୍‌ ପ୍ରାର୍ଥୀ ୫୦ ହଜାର ଭୋଟ ପାଇବାକୁ ମଧ୍ୟ ସକ୍ଷମ ହୋଇ ନାହାନ୍ତି।
କଂଗ୍ରେସ ପ୍ରାର୍ଥୀ କଳ୍ପେଶ ଭାରିୟା ୫,୮୬୮ ଖଣ୍ଡ ଭୋଟ ପାଇଛନ୍ତି। ଗୋପାଳ ଇଟାଲିଆ ଜଣେ ଚର୍ଚ୍ଚିତ ପ୍ରାର୍ଥୀ ଥିଲେ ଓ କାତାରଗାମରେ ଆପ୍‌ ଭଲ ପ୍ରଦର୍ଶନ କରିବ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ଦଳର ସବୁ ଯୋଜନା ଫେଲ ମାରିଛି।

ସେହିପରି ଆପ୍‌ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଥିବା ଗଢ଼ବୀ ମଧ୍ୟ ପରାସ୍ତ ହୋଇଛନ୍ତି। ସେ ବିଜେପି ପ୍ରାର୍ଥୀ ଆୟର ମୁଲୁଭାଇ ହରଦାସଭାଇ ବେରାଙ୍କ ଠାରୁ ପରାସ୍ତ ହୋଇଛନ୍ତି। ୨୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ମୁଲୁଭାଇ ଆପ୍‌ର ଗଢ଼ବୀଙ୍କୁ ହରାଇଛନ୍ତି। ଏଠାରେ କଂଗ୍ରେସର ଅହିର ବିକ୍ରମଭାଇ ଅରଜନ ଭାଇ ମାଡମ ତୃତୀୟ ସ୍ଥାନରେ ଅଭିଯାନ ଶେଷ କରିଛନ୍ତି।

ad-week
Leave A Reply

Your email address will not be published.