ଜଳେଶ୍ୱର ଥାନା ଭିତରେ ଭୟଙ୍କର ବିସ୍ଫୋରଣ

add-all

ଜଳେଶ୍ୱର: ଭୟଙ୍କର ବିସ୍ଫୋରଣ। ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନାର ଏକ ପରିତ୍ୟକ୍ତ ପାଇଖାନା ଘରୁ ଶୁଭିଲା ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଶବ୍ଦ ପ୍ରାୟ ୧ କିମି ଯାଏ ଶୁଣିବାକୁ ମିଳିଥିଲା। ବି‌ସ୍ଫୋରଣ ପ୍ରଭାବରେ ପାଇଖାନାର କବାଟ ଉଡ଼ି ଯାଇଥିବାବେଳେ ଥାନା ଆଖପାଖ ଅଞ୍ଚଳରେ ଥିବା ଅନେକ ଘରର ଝରକା, କବାଟ କାଚ ଭାଙ୍ଗିରୁଜି ଯାଇଛି।

ସୂଚନା ମୁତାବକ, ଗତ ଦୀପାବଳି ସମୟରେ ବାଣ ବ୍ୟବସାୟୀଙ୍କ ଉପରେ ପୋଲିସ୍ ଚଢ଼ାଉ କରିବା ସମୟରେ କିଛି ବାଣ ଆରୁହା ପଞ୍ଚାୟତ ଶାଳିକୋଠା ସମେତ ଅନ୍ୟ କେତେକ ସ୍ଥାନରୁ ଜବତ କରାଯାଇଥିଲା। ଜବତ ବାଣଗୁଡ଼ିକୁ ଥାନା ପଛପଟେ ପରିତ୍ୟକ୍ତ ଅବସ୍ଥାରେ ଥିବା ଏକ ପାଇଖାନା ଘରେ ରଖାଯାଇଥିଲା। ଯାହା ଗୁରୁବାର ଦିନ ବିସ୍ଫୋରିତ ହୋଇଛି।

ତେବେ, ଉକ୍ତ ପାଇଖାନା ଘରେ ନିଆଁ ଲାଗିବା ଭଳି କୌଣସି ଆପତ୍ତିଜନକ ସାମଗ୍ରୀ ନଥିବା ବେଳେ ବାଣରେ କିପରି ନିଆଁ ଲାଗିଲା, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେହି ଉଦ୍ଦେଶ୍ୟମୂଳକ ଭାବେ କିମ୍ବା କେହି ଅଜାଣତରେ ବିଡ଼ି, ସିଗାରେଟ୍‌ ପିଉଥିବାବେଳେ ସେହି ନିଆଁରୁ ବାଣ ବିସ୍ଫୋରଣ ଘଟିଛି, ଯାହା ନିହାତି ତଦନ୍ତ କରାଗଲେ ସାମ୍ନାକୁ ଆସିବ।

ad-week
Leave A Reply

Your email address will not be published.