ସାପ ପାଇଁ ନାକେଦମ୍‌ ହେଲେ ଏସ୍‌ସିବି ହସ୍ପିଟାଲ କର୍ତ୍ତୃପକ୍ଷ

add-all

କଟକ: ସାପ ପାଇଁ ନାକେଦମ୍‌ । ତାହା ପୁଣି କଟକ ଏସ୍‌ସିବି ହସ୍ପିଟାଲରେ । ଯାହା ପାଇଁ ନାକେଦମ୍ ଏସ୍‌ସିବି କର୍ତ୍ତୃପକ୍ଷ। କିନ୍ତୁ ସବୁଠୁ ରୋଚକ କଥା ସବୁ ପରେ ବି ସାପ କିନ୍ତୁ ଗାୟବ! ଏପଟେ ସ୍ଥିତି ନିୟନ୍ତ୍ରଣକୁ ନ ଆସିବାରୁ ସ୍ନେକ୍‌ ହେଲ୍ପଲାଇନ୍‌ ସଦସ୍ୟ ଆସି ପହଞ୍ଚିଲେ। ବିଦ୍ୟୁତ୍‌ ବିଭାଗ ଓ ଏସି ମେକାନିକ୍‌ଙ୍କୁ ଡକାଯାଇ ଏସି ଖୋଲାଗଲା। ଘଣ୍ଟାଏ ଧରି ସାପକୁ ଧରିବାକୁ ଚାଲିଲା ପ୍ରୟାସ। ହେଲେ, କିଛି ବାହାରିଲାନି। ଏପଟେ ରୋଗୀ ଓ ସଂପର୍କୀୟଙ୍କ ଅଭିଯୋଗକୁ ଗୁରୁତ୍ବର ସହ ନେଇ ଏସ୍‌ସିବି କର୍ତ୍ତୃପକ୍ଷ ଖୋଳତାଡ କରିଥିଲେ।

ଯାହା ସୂଚନା ମିଳିଛି, ଏସ୍‌ସିବି ସର୍ଜରି ବିଭାଗ କ୍ଯାବିନ୍‌ ନମ୍ବର ୩ରେ ଗତକାଲି ଦିନ ପ୍ରାୟ ସାଢେ ୨ଟା ବେଳେ ଅଭିଯୋଗ ଆସିଥିଲା ଯେ, କ୍ୟାବିନ୍‌ର ଏସି ଭିତରେ ଏକ ସାପ ରହିଛି। କିଛି ରୋଗୀଙ୍କ ସମ୍ପର୍କୀୟ ଏପରି ସନ୍ଦେହ କରି ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ଯାହାପରେ ତୁରନ୍ତ ସମସ୍ତେ ସାପକୁ ଖୋଜିବାରେ ଲାଗିପଡ଼ିଥିଲେ । ଦୀର୍ଘ କିଛି ସମୟ ଖୋଜା ଖୋଜି କରିବା ପରେ ବି କିଛି ମିଳି ନଥିଲା। ଅନ୍ୟପଟେ ଏସି ଭିତରେ ସାପ ନୁହେଁ ବରଂ ମୂଷା ଥାଇପାରେ ବୋଲି ସନ୍ଦେହ କରାଯାଉଛି।

ad-week
Leave A Reply

Your email address will not be published.