କଂଗ୍ରେସକୁ ହରାଇବା ପାଇଁ ବିଜେଡି ସହ ସମ୍ପୂର୍ଣ୍ଣ ଡିଲ୍ ହୋଇଥିଲା – ସୁର

add-all

ଭୁବନେଶ୍ବର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପଦ୍ମପୁରରେ ବିଜେଡି ଓ କଂଗ୍ରେସ୍ ଡିଲ୍ କଥାକୁ ନେଇ ଯେଉଁ ଅଭିଯୋଗ କରିଛନ୍ତି, ତାହା ସତ ବୋଲି କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି।
ସୁରେଶ କୁମାର ରାଉତରାୟ କହିଛନ୍ତି, ପଦ୍ମପୁରରେ କଂଗ୍ରେସକୁ ହରାଇବା ପାଇଁ ସମ୍ପୂର୍ଣ୍ଣ ଡିଲ୍ ହୋଇଥିଲା। ଦଳର ସବୁ ବିଶିଷ୍ଟ ନେତା କଂଗ୍ରେସକୁ ହରେଇବାକୁ ସେଠିକି ଯାଇଥିଲେ, ଜିତେଇବା ସେମାନଙ୍କର ଲକ୍ଷ୍ୟ ନଥିଲା। ଏ ନେଇ ମୁଁ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ରିପୋର୍ଟ ଦେବି। ଆମେ ଏକ ଟିମ ଯାଇ ଏ ବିଷୟରେ ହାଇକମାଣ୍ଡଙ୍କୁ ଜଣାଇବୁ। ଉପରଠୁ ନେଇ ତଳ ପର୍ଯ୍ୟନ୍ତ ଅନେକ ନେତା ଏହି ଡିଲରେ ବିକ୍ରି ହୋଇଛନ୍ତି। ଶରତ ପଟ୍ଟନାୟକ ନିରୀହ ଲୋକଟେ, ତେଣୁ ତାକୁ ସଖୀ କଣ୍ଡେଇ ପରି ନଚଉଛନ୍ତି।

ଚବିଶରେ ତ୍ରିମୁଖୀ ନୁହେଁ ଦ୍ବିମୁଖୀ ଲଢେଇ ହେବ କି ପ୍ରଶ୍ନରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଏହା କେତେକାଂଶରେ ସତ୍ୟ। ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପରେ ଯେଉଁମାନେ କଂଗ୍ରେସ ପାଇଁ ନାଁ କମେଇଛନ୍ତି, ସେମାନେ କଂଗ୍ରେସକୁ ଉପଭୋଗ କରିଛନ୍ତି ଆଉ କଂଗ୍ରେସ ଜରିଆରେ ପଇସା ଓ ପାୱାର କମେଇଛନ୍ତି ସେଇମାନେ ହିଁ ଦଳକୁ ହରାଉଛନ୍ତି।

ଉଲ୍ଲେଖଯୋଗ୍ୟ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ୨୦୨୪ରେ ଓଡ଼ିଶାରେ ବିଜେପି ଓ ବିଜେଡ଼ି ଭିତରେ ଲଢ଼େଇ ହବ। କଂଗ୍ରେସ ପ୍ରତିଦ୍ବନ୍ଦ୍ବିତାରୁ ବାହାରି ଗଲାଣି। ବହୁତ କମ୍ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଭୋଟ ରହିଛି। ଆମେ ୫୧% ଭୋଟ ନେବାକୁ ଯୋଜନା ରଖିଛୁ। କଂଗ୍ରେସ ଭୋଟ ବିଜେପି ବା ବିଜେଡି ଆଡ଼କୁ ଯିବ। ବିଜେଡିର ସଂଗଠନ ହେଲା ତିନିଟା, ଅର୍ଥବଳ, ବାହୁବଳ ଓ ସରକାରୀ କଳ। ନବୀନ ବିରୋଧୀ କଂଗ୍ରେସକୁ ବହୁତ ଦିନ ଧରି ମ୍ୟାନେଜ କରି ନିର୍ବାଚନ ବୈତରଣୀ ପାର ହେଉଥିଲେ।

ad-week
Leave A Reply

Your email address will not be published.