ଗଂଜାମ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍‌ର ସାଧାରଣ ପରିଷଦ ବୈଠକକୁ ନେଇ ହଟଗଳ

add-all

ବ୍ରହ୍ମପୁର : ଆଜି ଗଂଜାମ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ବାର୍ଷିକ ସାଧାରଣ ପରିଷଦ ବୈଠକ ହିଲପାଟଣା ସ୍ଥିତ ସିଦ୍ଧିବିନାୟକ ମନ୍ଦିର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିଲା । ନୂତନ କର୍ମକର୍ତାଙ୍କୁ ଚୟନ କରାଯିବା ନିମନ୍ତେ ବୈଠକ ଆୟୋଜିତ ହୋଇଥିଲା । ତେବେ ଏହି ବୈଠକକୁ ତୀବ୍ର ବିରୋଧ କରାଯାଇଥିବା ଦେଖିବାକୁ ମିଳିଥିଲା । ଫଳରେ ସେଠାରେ ସୃଷ୍ଟି ହୋଇଥିଲା ଅପ୍ରତିକର ପରିସ୍ଥିତି । ବୈଠକ ସମ୍ମିଳନୀ କକ୍ଷ ସମ୍ମୁଖରେ ଦେଖାଯାଇଥିଲା ଅସନ୍ତୋଷ। ଖବର ପାଇ ଗୋଷାଣିନୂଆଗାଁ ଥାନା ପୋଲିସ ପହଚିଂ ପରିସ୍ଥିତିକୁ ଆୟତ କରିବାକୁ ଚେଷ୍ଟା କରିଥିଲା ।ତେବେ ସମସ୍ତ ସଭ୍ୟଙ୍କୁ ଏହି ନିର୍ବାଚନୀ ବୈଠକ ନିମନ୍ତେ ଅବଗତ କରାଯାଇନଥିବା ଅଭିଯୋଗ ହୋଇଥିଲା। ବିନା ସଭ୍ୟରେ କିଭଳି ଏହି ବୈଠକ ଆୟୋଜିତ ହୋଇଥିଲା ଏବଂ ନୂତନ ସଭ୍ୟ ସଂଗ୍ରହରେ କ୍ରିକେଟ୍ ପ୍ରେମୀଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଥିଲା । ଯାହାକୁନେଇ ପରିଷଦର ସଭ୍ୟ ଓ ନୂତନ ସଭ୍ୟ ମାନଙ୍କ ମଧ୍ୟରେ ଅପ୍ରତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ହସ୍ତକ୍ଷେପ ପରେ ଶାନ୍ତ ପଡ଼ିଥିଲା ପରିସ୍ଥିତି । ତେବେ ଏହି ସାଧାରଣ ପରିଷଦ ବୈଠକକୁ ବାତିଲ କରାଯିବା ସହ ୭ ଦିନ ମଧ୍ୟରେ ନୂତନ ସଦସ୍ୟ ମାନଙ୍କୁ ସାମିଲ୍ କରାଯିବ ଏବଂ ୨୧ ଦିନ ପରେ ପୁଣି ଥରେ ସମସ୍ତ ସଦସ୍ୟଙ୍କୁ ନେଇ ଏହି ପରିଷଦ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

ad-week
Leave A Reply

Your email address will not be published.