ତୁମୁଡିବନ୍ଧ ଶିଶୁ ବିଦ୍ୟାମନ୍ଦିରରେ ସ୍ବଦେଶୀ ସପ୍ତାହ ପାଳନ

add-all

ଫୁଲବାଣୀ : ଡ଼ଃ ଆମ୍ବେଦକାର ଛକରେ ଅବସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ କୁନି କୁନି ଛାତ୍ରଛାତ୍ରୀମନେ ସ୍ବଦେଶୀ ଜିନିଷଗୁଡିକର ପ୍ରଦର୍ଶନ କରିଥିଲେ l ଡିସେମ୍ବର ଛଅରୁ ଡିସେମ୍ବର ବାର ପର୍ଯ୍ୟନ୍ତ ସାରା ଦେଶରେ ସ୍ବଦେଶୀ ସପ୍ତାହ ପାଳନ କରାଯାଉଛି l ବିଭିନ୍ନ ସ୍ଥାନରେ ଏହି ଅବସରରେ ବାକ୍ତୃତା, ଚିତ୍ରାଙ୍କନ, ସଚେତନତା ରାଲି, ପଥପ୍ରାନ୍ତ ନାଟକ, ଦାସକାଠିଆ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଥିଲା ବେଳେ ଏହି ଅନୁଷ୍ଠାନର ଭାଇ ଭଉଣୀମନେ ଘରେ ବ୍ୟବହୃତ କରୁଥିବା ବିଭିନ୍ନ ସ୍ବଦେଶୀ ଦ୍ରବ୍ୟ, ଖାଦ୍ୟ ସାମଗ୍ରୀ, ପନିପରିବା, ଫୁଲ ଫଳ ଆଦି ପ୍ରଦର୍ଶନ କରିବା ସହ ସେହି ଜିନିଷଗୁଡିକର ବ୍ୟବହାର ସମ୍ପର୍କରେ ବୁଝାଇଥିଲେ l ପ୍ରାରମ୍ଭରେ ପ୍ରଧାନ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଧଳ ସ୍ବଦେଶୀ ଜିନିଷର ନାମ ସହ ତାର ବ୍ୟବହାର ବିଷୟରେ ଅବଗତ କରାଇବା ସହ ପ୍ରଥମରୁ ପରିବାରଠାରୁ ଏ ସଚେତନତା ଆରମ୍ଭ ହେବା ଉଚିତ ବୋଲି କହିଥିଲେ l ମା’କୁ ମମି ନ କହି ମା’ କିମ୍ବା ବୋଉ ବୋଲି ସମ୍ବୋଧନ କରିବାକୁ ଶିଶୁମାନଙ୍କୁ ପରାମର୍ଶ ଦେଇଥିଲେ l ପରିଚାଳନା ସମିତିର ସକ୍ରିୟ ସଦସ୍ୟ ବେଣୁଧର ମଝି, ଚନ୍ଦ୍ରମଣି ପଣ୍ଡା, ଉପ ସଭାପତି ପ୍ରସନ୍ନ କୁମାର ସାହୁ, ଉପଦେଷ୍ଟା ରାମକୃଷ୍ଣ ପାଢ଼ୀ ମହୋଦୟ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ l ସମସ୍ତ ଗୁରୁଜୀ ଗୁରୁମା ଏଥିରେ ସହଯୋଗ କରିଥିଲେ l ସ୍ବଦେଶୀ ଜିନିଷ ସଂଗ୍ରହରେ ଅଭିଭାବକ ଓ ଅଭିଭାବିକା ମାନଙ୍କର ବିଶେଷ ଆଗ୍ରହ ପାରିଲକ୍ଷିତ ହୋଇଥିଲା l

ad-week
Leave A Reply

Your email address will not be published.