ପାଗଳା ବିରାଡ଼ି କାମୁଡ଼ା ଭୟରେ ତାଟି କବାଟ ପଡିଲା

add-all

ଦାରିଙ୍ଗବାଡ଼ି, ୧୨/୧୨ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ବ୍ରାହ୍ମଣୀଗାଁ ଓଡ଼ିଆ ସାହିରେ ଆଜି ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ଘଟି ଥିବା ଖବର ହସ୍ତଗତ ହୋଇଛି। ଯାହାରି ଫଳରେ ଭୟରେ ଲୋକ ତାଟି କବାଟ ପକାଇ ରହୁଥିବା ଜଣା ପଡ଼ିଛି। ଆଜି ସକାଳୁ ସକାଳୁ ଓଡ଼ିଆ ସାହିରେ ଏକପାଗଳା ବିରାଡ଼ି ସାହିର ତିନି ଜଣ ରବିପାତ୍ର (୭୦), ସରୋଜିନୀ ବିଶୋଇ(୬୦) ଓ ଦେବରାଜ ପାତ୍ର (୫୮)ଙ୍କୁ କାମୁଡିବା ଫଳରେ ସେମାନେ ଡାକରଖାନା ଯାଇ ଟିଟାନସ ଇଂଜେକସନ ନେବା ସହିତ ଡ଼ାକ୍ତର ଖାନା ପକ୍ଷରୁ ବ୍ରହ୍ମପୁର ବଡ଼ ଡାକରଖାନା ଯିବାକୁ ପରା ମର୍ସ କରିଥିବା ଜଣା ପଡ଼ିଛି। ଏଣୁ ପାଗଳା ବିରାଡ଼ି କାମୁଡିବା ଭୟରେ ଛୋଟ ଛୋଟ ପିଲାଙ୍କୁ ବାହାରକୁ ଯିବାକୁ ମନାକରି ସାହିର ପ୍ରତେକ ପରିବାରର ତାଟି କବାଟ ପକାଇ ରହୁଥିବା ଖବର ହସ୍ତ ଗତ ହୋଇଛି।

ad-week
Leave A Reply

Your email address will not be published.