
ମାଲକାନଗିରି : ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୋରାସେତୁରେ ବିଏସଏଫ ଏବଂ ଛପନ ଭୋଗ ଅନୁଷ୍ଠାନ ପକ୍ଷରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ବିଏସଏଫର ୯ ବାଟାଲିୟନର କମାଣ୍ଡାଣ୍ଟ ସଞ୍ଜୟ କୁମାର ଦାସ, ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ବିଜୟ କଚ୍ଛପ, ଡେପୁଟି କମାଣ୍ଡାଣ୍ଟ ସୁଭଞ୍ଜନ ମହାପାତ୍ର ସମେତ ଭୁବନେଶ୍ବରରୁ ଆସିଥିବା ଛପନ ଭୋଗର ସତ୍ୟବ୍ରତ ମହାନ୍ତି, ସାମ୍ବାଦିକ ଭକ୍ତ ତ୍ରିପାଠୀ, ମାନସ ସାହୁ ପ୍ରମୁଖ ଉପସ୍ଥିତ ରହି ଶୁଭ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗୋରାସେତୁ ଗ୍ରାମ ସମେତ ପଣସପୁଟ, ପଳସପଦର, ସିନ୍ଧିପୁଟ ସହ ବହୁ ଗ୍ରାମର ପ୍ରାୟ ୧୫ ଶହରୁ ଉର୍ଦ୍ଧ୍ବ ମହିଳା ପୁରୁଷ ଏକତ୍ରିତ ହୋଇଥିଲେ। ଲୋକଙ୍କ ସହ ଯବାନ ଏବଂ ଭୁବନେଶ୍ବରରୁ ଆସିଥିବା ଛପନ ଭୋଗର ସଦସ୍ୟମାନେ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ପରେ ଉପସ୍ଥିତ ସମସ୍ତ ଗ୍ରାମବାସୀଙ୍କୁ ବିଏସଏଫ ଏବଂ ଛପନ ଭୋଗ ତରଫରୁ ବିଭିନ୍ନ ବସ୍ତ୍ର ଓ କିଛି ନିତ୍ୟ ବ୍ୟବହାର ସାମଗ୍ରୀ ସମେତ ପାଠ୍ୟ ଉପକରଣ ଓ ଖେଳ ସାମଗ୍ରୀ ପ୍ରଦାନ କରାଯାଇଥିଲା। ବିଏସଏଫ ସଦା ସର୍ବଦା ଲୋକଙ୍କ ସହ ରହିଛି ଓ ଆଗକୁ ମଧ୍ୟ ରହିବ ଏବଂ ନିଜର ଦଇତ୍ଵ ସୂଚାରୁ ରୂପେ ପ୍ରତିପାଦନ କରିବ ବୋଲି ବିଏସଏଫର ଅଧିକାରୀ ମାନେ ପ୍ରକାଶ କରିଥିଲେ ।