ଚାଇନା  ସହିତ ବ୍ୟବସାୟ ବନ୍ଦ କରୁ ଭାରତ: କେଜ୍ରିୱାଲ

add-all

ନୂଆଦିଲ୍ଲୀ: ଚାଇନା ସହିତ ବାଣିଜ୍ୟ ବନ୍ଦ କରୁ ଭାରତ। ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏହି ଦାବି କରିଛନ୍ତି। ଅରୁଣାଚଳ ପ୍ରଦେଶର ଏଲ୍‌ଏସି ନିକଟସ୍ଥ ତୱାଙ୍ଗ ସେକ୍ଟରରେ ଭାରତ ଏବଂ ଚାଇନା ସେନା ସଂଘର୍ଷ ପରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି କେଜ୍ରିୱାଲ। କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି, “ଆମେ କାହିଁକି ଚାଇନା ସହିତ ଆମର ବ୍ୟବସାୟ କାରବାର ବନ୍ଦ କରୁନାହୁଁ? ଚାଇନାରୁ ଆମଦାନୀ ହେଉଥିବା ଅଧିକାଂଶ ସାମଗ୍ରୀ ଭାରତରେ ନିର୍ମାଣ କରାଯାଉଛି । ଆମଦାନୀ ବନ୍ଦ କରିଦେଲେ ଚାଇନା ଏକ ଶିକ୍ଷା ପାଇବ ଏବଂ ଭାରତ ରୋଜଗାର ପାଇବ। ସୋମବାର ତୱାଙ୍ଗରେ ହୋଇଥିବା ସଂଘର୍ଷକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ ଆମର ସୈନିକମାନେ ଦେଶର ଗର୍ବ। ମୁଁ ତାଙ୍କର ସାହସିକତାକୁ ସଲାମ କରୁଛି।
ଏଲଏସିରେ ଭାରତୀୟ ଯବାନ ଓ ଚୀନ ସୈନ୍ୟ ମୁହାଁମୁହିଁ ହେବାନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଲୋକସଭାରେ ବିବୃତି ରଖିଛନ୍ତି । ସେ ତାଙ୍କ ବିବୃତିରେ କହିଛନ୍ତି ଗତ ୯ ତାରିଖରେ ଚୀନ ସେନା ବେଆଇନ୍‌ ଭାବେ ଭାରତ ସୀମାରେ ଅନୁପ୍ରବେଶ ଉଦ୍ୟମ କରିଥିଲା । ଚୀନର ସୈନିକ ମାନେ ଲାଇନ୍‌ ଅଫ୍‌ ଆକ୍ଚୁଆଲ କଣ୍ଟ୍ରୋଲ୍‌‌ ପରିବର୍ତ୍ତନ ଉଦ୍ଦେଶ୍ୟରେ ଆସିଥିଲେ, ଏବଂ ଏଲଏସିରେ ଥିବା ସ୍ଥିତାବସ୍ଥାକୁ ଏକତରଫା ବଦଳାଇବାକୁ ଚେଷ୍ଟା କରାଯାଇଥିଲା ।

ଯାହାକୁ ଆମର ଭାରତୀୟ ଯବାନ ମାନେ କଡ଼ା ବିରୋଧ କରିଥିଲେ । ଆମ ସେନା ଚାଇନାର ଏଭଳି କାର୍ଯ୍ୟକୁ ଦୃଢ଼ତାର ସହ ମୁକାବିଲା କରିଥିଲା । ଫଳରେ ଉଭୟ ସେନାଙ୍କ ମଧ୍ୟରେ ମୁହାଁମୁହିଁ ଓ ଧସ୍ତାଧସ୍ତି ହୋଇଥିବା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଲୋକସଭାରେ ବିବୃତି ରଖିଛନ୍ତି । ତାଙ୍କ ବିବୃତିରେ ଆହୁରି ମଧ୍ୟ କହିଛନ୍ତି ଆମ ସେନା ସବୁବେଳେ ସଜାଗ ରହିଛି । ଭାରତୀୟ ଯବାନ ମାନଙ୍କ ଦୃଢ଼ ପଦକ୍ଷେପ ଚୀନ ସୈନିକ ମାନଙ୍କୁ ଫେରିଯିବାକୁ ବାଧ୍ୟ କରିଥିଲା । ମୁହାଁମୁହିଁ ସମୟରେ ଉଭୟ ଦେଶର କିଛି ଯବାନ ଆହତ ହୋଇଥିଲେ । ହେଲେ ଆମର କୌଣସି ଯବାନ ସହିଦ କି ଗୁରୁତର ହୋଇନାହାନ୍ତି । ଏହି ଘଟଣା ଘଟିବା ପରେ ଆମର ଲୋକାଲ କମାଣ୍ଡର ପ୍ରତିପକ୍ଷ ସହ ଏକ ବୈଠକ ମଧ୍ୟ କରିଥିଲେ । ସେହି ବୈଠକରେ ଚୀନକୁ ଏପରି ପ୍ରୟାସ କରିବାକୁ ଦୃଢ଼ତାର ସହ ମନାକରାଯାଇଛି ।

ad-week
Leave A Reply

Your email address will not be published.