ମାଲକାନଗିରି ଜିଲ୍ଲାରେ ଧାନ ମଣ୍ଡିର ଶୁଭାରମ୍ଭ

add-all

ମାଲକାନଗିରି : ମାଲକାନଗିରି ସଦର ମହକୁମା ସ୍ଥିତ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଧାନ ମଣ୍ଡିକୁ ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ି ଏବଂ ଜିଲ୍ଲାପାଳ ବିଶାଳ ସିଂ ମିଳିତ ଭାବେ ଶୁଭଦେଇଛନ୍ତି । ପ୍ରାରମ୍ଭିକ ଭାବେ ଜିଲ୍ଲା ୧୪ଟି ମଣ୍ଡିରେ ଆଜି ଧାନମଣ୍ଡି ଶୁଭାରମ୍ଭ ହୋଇଛି । ସେଗୁଡିକ ହେଲା ମାଲକାନଗିରି, ଭେଜାଙ୍ଗିୱାଡା, ଗୋବିନ୍ଦପାଲ୍ଲୀ, ଉଣ୍ଡୃକୋଣ୍ଡା, ପେଟ୍ରୋଲ, ଏମଭି-୧୧, ପୋଟେରୁ, ଏମପିଭି-୮୧, ସିମିଳିବାଞ୍ଛା, କାମୱାଡା, ମାଥିଲି, ପରକନମାଳା, ପିଟାଗାଟା ଏବଂ ରାମାଗୁଡା(ଦଳପତି ଗୁଡା) ।
ଚଳିତ ବର୍ଷ ଖରିଫ ବର୍ଷ-୨୦୨୨/୨୩ ରେ ମାଲକାନଗିରି ଜିଲ୍ଲାରେ ପ୍ରାୟ ୧୧ ଲକ୍ଷ ୨୮୩୫ କ୍ବଣ୍ଟାଲ ଧାନ କ୍ରୟ ଲାଗି ଲକ୍ଷ୍ଯ ଧାର୍ଯ୍ୟ କରାଯାଇଥିବା ବେଳେ ଜିଲ୍ଲା ରେ ୩୭ ହଜାର ଚାଷୀ ଧାନ ବିକ୍ରୟ ଲାଗି ନାମ ପଞ୍ଜୀକରଣ ହୋଇଛି ସପ୍ତାହର ପ୍ରତ୍ୟେକ ବାର ଅନୁସାରେ ଜିଲ୍ଲା ରେ ମଣ୍ଡି ନିର୍ଦ୍ଧାରଣ କରାଯାଇଛି, ଚଳିତ ଖରିଫ ବର୍ଷ ଲାଗି ଜିଲ୍ଲା ରେ ୬୬ ଗୋଟି ଧାନ ମଣ୍ଡି ଖୋଲାଯିବା ସହ ଧାନ ମଣ୍ଡି ପରିଚାଳନା ପାଇଁ ୮ଟି ଲ୍ଯାମ୍ପ ଏବଂ ୪ଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଙ୍କୁ ଦାୟିତ୍ୱ ପ୍ରଦାନ କାରାଯାଇଛି ।
କ୍ବିଣ୍ଟାଲ ପ୍ରତି ସାଧାରଣ ଧାନର ମୂଲ୍ଯ ୨୦୪୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଗୋଟିଏ ଦିନରେ ଜଣେ ଚାଷୀ ୪୦ କ୍ବିଣ୍ଟାଲ ପର୍ଯ୍ୟନ୍ତ ଧାନମଣ୍ଡି ରେ ବିକ୍ରୟ କରିପାରିବେ । ମଣ୍ଡିରେ ଧାନ ବିକ୍ରୟ ଲାଗି ଚାଷୀ ନିଜର ପରଚୟ ପତ୍ର ସ୍ବରୂପ ଭୋଟ ପରିଚୟପତ୍ର, କିଷାନ କ୍ରେଡିଟ୍ କାର୍ଡ ଏବଂ ବିଜୁ କୃଷକ କଲ୍ଯାଣ ଯୋଜନା କାର୍ଡ କିମ୍ବା ଆଧାର କାର୍ଡ଼ ର ନକଲ ଆଣି ପାରିବେ । ଚାଷୀ ଧାନ ବିକ୍ରୟ ପାଇଁ ୭ ଦିନ ପୂର୍ବରୁ ଲ୍ଯାମ୍ପସ୍ରୁ ଆଗୁଆ ଟୋକେନ୍ ସଂଗ୍ରହ କରିପାରିବେ। ପଞ୍ଜିକୃତ ହୋଇ ଥିବା ମୋବାଇଲ କୁ ମଧ୍ଯ ସୂଚନା ପ୍ରଦାନ କରାଯିବାର ବ୍ଯବସ୍ଥା କରାଯାଇଛି। ମଣ୍ଡିରୁ ଧାନ ପରିବହନ ଲାଗି ୨୮ ଗୋଟି ମିଲରଙ୍କୁ ନିୟୋଜନ କରାଯାଇଛି। ଆଜିର ଏହି କାର୍ଯ୍ୟ ରେ ଅନ୍ୟ ଅତିଥି ଭାବେ ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥ, ନିୟନ୍ତ୍ରିତ ବଜାର କମିଟି ସଂପାଦକ ଗୁରୁଚରଣ ନାୟକ, ଏସିଏସଓ ପ୍ରଦୀପ କୁମାର ଦାସ,ଯୋଗାଣ ନୀରିକ୍ଷକ ପ୍ରଭଞ୍ଜନ ମହାନ୍ତି,କ୍ବାଲିଟ୍ ଆନାଲିସିସ୍ ଦୀପ୍ତିରଞ୍ଜନ ମଲ୍ଲିକ୍ ପ୍ରମୁଖ ଉପସ୍ଥିତ ରହିଥିଲେ ।

ad-week
Leave A Reply

Your email address will not be published.