କନ୍ଧମାଳ ଜିଲ୍ଲା ନବ ନିଯୁକ୍ତ ଶିଶୁ ମଙ୍ଗଳ କମିଟିର କାର୍ଯ୍ୟରେ ଯୋଗଦାନ

add-all

ଫୁଲବାଣୀ : ରାଜ୍ୟ ସରକାରଙ୍କ ଦ୍ଵାରା ନବ ନିଯୁକ୍ତ କନ୍ଧମାଳ ଜିଲ୍ଲା ଶିଶୁ ମଙ୍ଗଳ କମିଟି କାର୍ଯ୍ୟରେ ଯୋଗ ଦେଇଛନ୍ତି। ସିଡବ୍ଲୁସି ର ଅଧ୍ୟକ୍ଷ ଓ ଅନ୍ୟ ୪ ସଦସ୍ୟ କାର୍ଯ୍ୟରେ ଯୋଗଦାନ ପରେ ଜିଲ୍ଲାପାଳ ପାଟିଲ ଆଶିଷ ଈଶ୍ୱରଙ୍କୁ ସାକ୍ଷାତ କରି ପ୍ରାରମ୍ଭିକ ଆଲୋଚନା କରିଛନ୍ତି। ଜିଲ୍ଲାର ଶିଶୁ ମାନଙ୍କ ସର୍ବାଙ୍ଗୀନ ସୁରକ୍ଷା ଓ ମଙ୍ଗଳ ପାଇଁ କାର୍ଯ୍ୟ ଜାରି ରଖନ୍ତୁ ବୋଲି ଜିଲ୍ଲାପାଳ କହିଛନ୍ତି। ଏହା ସହିତ କମିଟି ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କୁ ମଧ୍ୟ ସାକ୍ଷାତ କରି ବିଶଦ ଆଲୋଚନା କରିଛନ୍ତି। ଜିଲ୍ଲାର ବିଭିନ୍ନ ଶିଶୁ ମଙ୍ଗଳ କାର୍ଯ୍ୟକ୍ରମ ଓ ସିଡବ୍ଲୁସି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ, ନବ ନିଯୁକ୍ତ ସିଡବ୍ଲୁସି ଅଧ୍ୟକ୍ଷ ରଜତ କୁମାର ଦିଗାଲ, ସଭ୍ୟ ସଦାଶିବ ପାତ୍ର,ପ୍ରସନ୍ନ କୁମାର ବିଶୋଇ,ରାମଚନ୍ଦ୍ର ପରିଡ଼ା ଏବଂ ସଭ୍ୟା ଶ୍ରୀମତୀ ମମତା ଦାସ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ଆଗକୁ ଦାୟୀତ୍ବ ହସ୍ତାନ୍ତର ସହିତ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରାଯିବ ବୋଲି ନବ ନିଯୁକ୍ତ କମିଟି ଅଧ୍ୟକ୍ଷ କହିଛନ୍ତି।

ad-week
Leave A Reply

Your email address will not be published.