ଜାତୀୟସ୍ତରରେ କରାଟେ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା

add-all

ବ୍ରହ୍ମପୁର : ଜାତୀୟ ସ୍ତରରେ କରାଟେ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ଆଜି କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରାଜସ୍ବ ସମ୍ମିଳନୀ କକ୍ଷରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁରର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣି ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଜାତୀୟ ସ୍ତରରେ କରାଟେ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ପଦକ ଜିତିଥିବା ନବଜୀବନ ସେବାଶ୍ରମ ର ୯ ଜଣ ଅନାଥ ଝିଅ ତଥା ସେମାନଙ୍କ ତତ୍ତ୍ୱାବଧକ ସୁଶାନ୍ତ ମହାରଣା ଏବଂ କୋଚ୍ ବାଳକୃଷ୍ଣ ରେଡ୍ଡୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମୁଖ୍ୟ ଅତିଥି ଶ୍ରୀ କୁଲକର୍ଣୀ ଏହି ଅବସରରେ ଅନାଥ କୁନି ଝିଅ ମାନଙ୍କ ଉଜ୍ବଳ ଭବିଷ୍ୟ କାମନା କରିବା ସହ କ୍ରୀଡା କ୍ଷେତ୍ରରେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଅଧିକ ସୁନାମ ଅର୍ଜନ କରିବାପାଇଁ ପ୍ରେରଣା ଦେଇଥିଲେ। ଟ୍ରଷ୍ଟ ର ସଭାନେତ୍ରୀ ରଞ୍ଜନା ମିଶ୍ର ତୁଳସୀ ଦୁଇପତ୍ରରୁ ବାସିଲା ଭଳି ଏହି କମ୍ ବୟସର ଝିଅ ମାନଙ୍କ ସଫଳତା ବ୍ରହ୍ମପୁର ସହର ପାଇଁ ଗର୍ବର ବିଷୟ ବୋଲି ନିଜର ବକ୍ତବ୍ୟରେ କହିଥିଲେ । କାର୍ଯ୍ୟକ୍ରମକୁ ଟ୍ରଷ୍ଟ ର ରବୀନ୍ଦ୍ର ନାଥ ମିଶ୍ର,ସସ୍ମିତା ମିଶ୍ର, ଶିବାନୀ ପାଢ଼ୀ, ବିଶ୍ଵନାଥ ପାତ୍ର, ତମନା ନାୟକ, କଳ୍ପନା ନାୟକ, ଡ. ସୁରଜିତ ପାଣିଗ୍ରାହୀ, ସଂଯୁକ୍ତା ତ୍ରିପାଠୀ, ସୋନମ୍ ଦାସ୍, କେ ଗୁରୁମୂର୍ତ୍ତି, ଶିବାନୀ ପାଢ଼ୀ, ପ୍ରିତମ୍ ଚାନ୍ଦ ତ୍ରିପାଠୀ, ରାଗିଣୀ ସାହା, ସଂଘମିତ୍ରା ତ୍ରିପାଠୀ, ସନ୍ତୋଷ ପଣ୍ଡା, ସନ୍ତୋଷ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ କାର‌୍ୟ୍ୟକ୍ରମ ପାଇଁ ସହାୟତା ରାଶି ପ୍ରଦାନ କରିଥିବା ନିରଞ୍ଜନ ପାଳ, ସସ୍ମିତା ପାଳ ଏବଂ ଅଲେଖ ପାଳ ଙ୍କୁ ଟ୍ରଷ୍ଟ ତରଫରୁ ଧନ୍ୟବାଦ୍ ଜ୍ଞାପନ କରାଯାଇଥିଲା।

ad-week
Leave A Reply

Your email address will not be published.