ବାଇକ ଡ଼ିକିରୁ ୪୭ ହଜାର ଟଙ୍କା ଲୁଟ

add-all

ପାଟଣା :ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ଗ୍ରାମର ବାସିନ୍ଦା ତଥା ପ୍ରାଣୀ ଚିକିତ୍ସା ବିଭାଗର ଅବସର ପ୍ରାପ୍ତ କର୍ମଚାରୀ ଗଣେଶ୍ୱର ନାଏକଙ୍କ ବାଇକ ଡ଼ିକି ରୁ ୪୭ ହଜାର ଟଙ୍କା କୌଶଳ କ୍ରମେ ଲୁଟ ହୋଇଯାଇଛି। ଗଣେଶ୍ୱର ପାଟଣା ଷ୍ଟେଟବ୍ୟାଙ୍କ ରୁ ୫୦ ହଜାର ଟଙ୍କା ଉଠାଇ ପୁଟୁଳିଆ ଯାଇଥିଲେ। ସେଠାରେ ଫେବ୍ରିକେଶନ ଦୋକାନରେ ଡ଼ିକି ଖୋଲି ୩ ହଜାର ଟଙ୍କା ଦୋକାନୀକୁ ଦେବା ପରେ ସେଠାରୁ ଫେରି ପାଟଣାରେ ଔଷଧ କିଣିବା ପାଇଁ ବାଇକ ଡ଼ିକି ଖୋଲିବାବେଳେ ଡିକିରେ ଟଙ୍କା ନଥିବା ଜାଣିବାକୁ ପାଇଥିଲେ।

ପୁଟୁଳିଆରୁ ଟଙ୍କା ଲୁଟ ହୋଇଥିବା ଜାଣି ସେ ପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି। ଅନ୍ୟ ପକ୍ଷରେ ଏହି ଥାନା ଅନ୍ତର୍ଗତ ଟଭାସରୁଆ ପ୍ରାଥମିକ ବିଦ୍ୟାଳୟରେ ଗତରାତି ମଧ୍ୟାନ୍ନ ଭୋଜନ ପ୍ରସ୍ତୁତି ପାଇଁ ଥିବା ହାଣ୍ଡି, ଡେକଚି, କଡା ଆଦି ଚୋରି ହୋଇଥିବା ନେଇ ଥାନାରେ ପ୍ରଧାନ ଶିକ୍ଷକ ଅଭିଯୋଗ କରିଥିବା ଜଣାପଡିଛି।

ad-week
Leave A Reply

Your email address will not be published.