ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନରେ ମୁଖ୍ୟ ଆକର୍ଷଣ ପାଟାବାନ୍ଧା ଜଳ ପ୍ରପାତ

add-all

ଦାରିଙ୍ଗବାଡି,୧୫/୧୨ : ଦାରିଙ୍ଗବାଡି ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ କଲେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ। ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଥିବା ବେଳେ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ବିଡ଼ିଓ ଗଦାଧର ପାତ୍ର, ତହସିଲଦାର ଡ. ଅଶୋକ ଦାସ, ଜିଲ୍ଲା ପରିଷଦ ସଭ୍ୟର ରଞ୍ଜନ ପ୍ରଧାନ, ସହକାରୀ ଯନ୍ତ୍ରୀ ଶିଶିର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମେ ଓଡ଼ିଶା ଜୀବିକା ମିଶନ ଅଧୀନରେ ଥିବା ବହୁମୁଖି ଗୋଷ୍ଟି କେନ୍ଦ୍ରର ଉଦ୍ଘାଟନ କରିଥିଲେ । ଏହାପରେ ଦାରିଙ୍ଗବାଡିର ଦୈନିକ ବଜାର ଗୃହ, ଦାରିଙ୍ଗବାଡି ଗ୍ରାମ ପଞ୍ଚାୟତ ସହାୟକ କେନ୍ଦ୍ର, ଗୋଷ୍ଟି ଶୌଚାଳୟ, ଆଇଟିଡିଏ ପକ୍ଷରୁ ନିର୍ମାଣ ହୋଇଥିବା ପୋଷାକ ତିଆରି କେନ୍ଦ୍ର, ଡଲାବାଡି ଅଙ୍ଗନବାଡ଼ି କେନ୍ଦ୍ର ଓ କିଶୁବାଡ଼ି ଗ୍ରାମ ନିକଟରେ ରହିଥିବା ପାଟାବାନ୍ଧା ହୋଇଥିବା ରାସ୍ତାର ଶୁଭ ଉଦଘାଟନ କରିବା ସହିତ ଆୟୋଜିତ ସଭାରେ ଯୋଗ ଦେଇ ପାଟାବାନ୍ଧା ଜଳ ପ୍ରପାତକୁ ଖୁବଶୀଘ୍ର ମେଟେଲିଙ୍ଗ ରାସ୍ତା ଓ ଝୁଲା ପୋଲ ନିର୍ମାଣ ହେବାର ପ୍ରତିଶୃତି ଦେଇଥିଲେ।

ad-week
Leave A Reply

Your email address will not be published.