ପଦ୍ମପୁର ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

add-all

ଭୁବନେଶ୍ବର: ନିକଟରେ ଶେଷ ହୋଇଥିବା ପଦ୍ମପୁର ଉପନିର୍ବାଚନନେଇ ନବୀନ ନିବାସରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ପରେ ବିଜେଡ଼ି ନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରତିକ୍ରିୟା ରଖି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଯିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଯିବେ, ବିକାଶ କାମ ଦେଖିବେ ଓ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବେ ବୋଲି ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି।

ସେହିପରି ପଦ୍ମପୁର ମଡେଲରେ ଆଗକୁ ନିର୍ବାଚନ ଲଢ଼ିବା ଆବଶ୍ୟକ ବୋଲି ପ୍ରଦୀପ ମାଝୀ କହିଛନ୍ତି। ସବୁ ନିର୍ବାଚନ ମଣ୍ଡଳୀରେ ଏହି ମଡେଲ ଲାଗୁ କରାଯିବ ବୋଲି ପ୍ରକାଶ କରିଛନ୍ତି। ଅପରପକ୍ଷରେ ୨୦୨୪ ନିର୍ବାଚନ ପାଇଁ ଲୋକଙ୍କ ଲାଗି ଅଧିକ କାମ କରିବୁ କହିଲେ ନବ ଦାସ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.