
ଚିକିଟୀ : ଚିକିଟୀ ବ୍ଲକ୍ ରେ ରାଜ୍ୟ ସରକାରଙ୍କ ଦ୍ୱାରା ମହିଳା ସଶକ୍ତିକରଣ ଯୋଜନାରେ ମିଶନ ଶକ୍ତିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ମିଶନ ଶକ୍ତି ଦ୍ୱାରା ମହିଳା ମାନଙ୍କୁ ସ୍ୱବିଲମ୍ବୀ କରିବା ଉଦ୍ଧେଶ୍ୟ ନେଇ ସରକାର ମହିଳା ଆତ୍ମ ସହାୟକ ଗୋଷ୍ଠୀ କୁ ବିନା ସୁଧରେ ପାଞ୍ଚ ଲକ୍ଷ୍ୟ ଲେଖାଁଏ ଋଣ ପ୍ରଦାନ କରୁଛନ୍ତି।ଆଜି ଚିକିଟୀ ଗଡ଼ ଗୌର ଚନ୍ଦ୍ର ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ଚିକିଟୀ ବ୍ଲକ୍ ସ୍ତରୀୟ ଋଣ ମେଳାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟିକା ତଥା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ଯୋଗ ଦେଇ ବ୍ଲକ୍ ରେ ଥିବା ମୋଟ ୧୯୨୭ ଟି ଗ୍ରୁପ ମଧ୍ୟରୁ ୫୩୩ ଟି ଆତ୍ମ ସହାୟକ ଗୋଷ୍ଠୀ କୁ ୧୬କୋଟି ୭୮ଲକ୍ଷ୍ୟ ୯୫ହଜାର ଟଙ୍କାର ଋଣ ଚେକ ମାଧ୍ୟମରେ ମାନ୍ୟବର ମନ୍ତ୍ରୀ ପ୍ରଦାନ କରିଥିଲେ।ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ ଯୋଜନାରେ ଆମ ରାଜ୍ୟର ପ୍ରତ୍ୟେକ ମହିଳା କିପରି ସ୍ୱବିଲମ୍ବୀ ହେବେ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଏହି ପ୍ରୟାସକୁ କିପରି ଭାବରେ ସଫଳ ରୂପାୟନ କରିବେ ତାହା ନେଇ ମାନ୍ୟବର ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ବକ୍ତବ୍ୟ ପ୍ରଦାନ କରିଥିଲେ।ଆୟୋଜିତ ଋଣ ମେଳାରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଙ୍କ ସହ ବ୍ଲକ୍ ଅଧ୍ୟକ୍ଷ ଆପନ୍ନା ସେଠୀ, ଏନ ଏ ସି ଅଧକ୍ଷା ଦୀପା କୁମାରୀ ସାହୁ, ବିଡିଓ ହଳଧର ଶବର, ତହସିଲଦାର ବିଶ୍ୱରଞ୍ଜନ କହଁର, ବ୍ଲକ୍ ଉପାଧ୍ୟକ୍ଷା ରେଣୁକାମା ରେଡ୍ଡୀ, ବିଇଓ ବସନ୍ତ କୁମାର ପଣ୍ଡା ଏବଂ ସାଂସଦ ପ୍ରତିନିଧି କ୍ରୀଷ୍ଣା ମୂର୍ତ୍ତି ପ୍ରମୁଖ ମୋଞ୍ଚାସିନ ଥିଲେ। ଚିକିଟୀ ବ୍ଲକ୍ ର ୧୦ଟି ବ୍ୟାଙ୍କ ଏହି ଋଣ ପ୍ରଦାନ କରିଛନ୍ତି।ଏହି ମେଳାରେ ଆତ୍ମ ସହାୟକ ଗୋଷ୍ଠୀ ଙ୍କ ଦ୍ଵାରା ବିଭିନ୍ନ ସାମଗ୍ରୀ କୁ ନେଇ ପ୍ରସ୍ତୁତ ୨୦ଟି ଷ୍ଟାଲ ପ୍ରଦର୍ଶିତ ହୋଇଥିଲା।ବ୍ଲକ୍ ର ବିଭିନ୍ନ ସ୍କୁଲ ରୁ ଆସିଥିବା କୁନି କୁନି କଳାକାର ମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ।ଶାନ୍ତି ଶୃଙ୍ଖଳା କୁ ଦୃଷ୍ଟି ରେ ରଖି ପୋଲିସ ବାହିନୀ ମୁତୟନ ହୋଇଥିଲେ। ଏହି ଋଣ ମେଳାକୁ ଯୁବନେତା ସୁରେନ୍ଦ୍ରନାଥ ମଣ୍ଡଳ ପରିଚାଳନା କରିଥିବା ବେଳେ ବ୍ଲକ୍ ର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ସଭ୍ୟ ସଭ୍ୟା, ବ୍ଲକ୍ ର ସମସ୍ତ କାର୍ଯ୍ୟରତ କର୍ମଚାରୀ ବୃନ୍ଦ ସାଙ୍ଗକୁ ଆତ୍ମ ସହାୟିକା ଗୋଷ୍ଠୀ ର ମହିଳା ମାନେ ଉପସ୍ଥିତ ରହି କାର୍ଯ୍ୟକୁ ସଫଳ ରୂପାୟନ କରିଥିଲେ।