ମହକିଲଙ୍କୁ ମିଳିବ ଆଇନ ସହାୟତା, ସମ୍ବଲପୁର କୋର୍ଟ ଗେଟ୍‌ ପାଖରେ ଖୋଲିଲା ହେଲ୍‌ପ ଡେସ୍କ

add-all

ସମ୍ବଲପୁର: ମହକିଲଙ୍କୁ ମିଳିବ ଆଇନ ସହାୟତା। ସମ୍ବଲପୁର କୋର୍ଟ ଗେଟ୍‌ ପାଖରେ ଖୋଲିଲା ହେଲ୍‌ପ ଡେସ୍କ। ସ୍ୱାଭାବିକ ହେଉଛି କୋର୍ଟ କାର୍ଯ୍ୟ। ଜିଲ୍ଲା କୋର୍ଟ ମୁଖ୍ୟ ଫାଟକ ନିକଟରେ ହେଲପ୍‌ ଡେସ୍କ ଖୋଲାଯାଇଛି। କୋର୍ଟରେ ପାରା ଲିଗାଲ୍‌ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ପାରା ଲିଗାଲ୍‌ ସ୍ୱେଛାସେବୀମାନେ କୋର୍ଟ ଭିତରେ, ଜିଲ୍ଲା ଆଇନସେବା ପ୍ରାଧିକରଣ କାର୍ଯ୍ୟାଳୟରେ, ସମ୍ବଲପୁର ସର୍କଲ ଜେଲ୍‌ ଏବଂ ନାରୀ ବନ୍ଦୀ ନିକେତନରେ ଜନସାଧାରଣ ଏବଂ ବିଚାରଧୀନ କଏଦୀଙ୍କୁ ସହାୟତା ଯୋଗାଇ ଦେବ ଲାଗି କାର୍ଯ୍ୟ କରିବେ।

କେତେକ ମାମଲାରେ ବିଭିନ୍ନ ବାର୍‌ରୁ ଆଇନଜୀବୀମାନେ ମାମଲା ପରିଚାଳନା କରିବେ। ସେହିପରି ଭିଡିଓ କନଫେରନ୍‌ସିଂ ମାଧ୍ୟମରେ ଜାମିନ୍‌ ଆବେଦନ କରାଯିବ। ଅନ୍ୟସ୍ଥାନରୁ ଆଇନଜୀବୀ ଆସି କୋର୍ଟ କାର୍ଯ୍ୟ ପରିଚାଳନା କରୁଛନ୍ତି। ସମ୍ବଲପୁର ଜିଲ୍ଲା ଦୌରାଜଜଙ୍କ ରୁମରେ ଭଙ୍ଗାରୁଜା ଘଟଣାରେ ଗିରଫ ହୋଇଥିବା ୪୫ ଜଣଙ୍କୁ ଆଇନ ସହାୟତା ଯୋଗାଯାଇଛି। ସମ୍ବଲପୁର ଆଇନଜୀବୀ ଆନ୍ଦୋଳନ ପରିପ୍ରେକ୍ଷୀରେ ମହକିଲ ଓ ଜନସାଧାରଣ ଯେପରି କୌଣସି ସମସ୍ୟାରେ ନପଡନ୍ତି ସେଥିପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଥିବା ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ad-week
Leave A Reply

Your email address will not be published.