୨୦୨୫ ପରେ ଟୋକିଓରେ ନିର୍ମିତ ଘରେ ସୌରଶକ୍ତି ବାଧ୍ୟତାମୂଳକ

add-all

ଟୋକିଓ: ଜାପାନ ରାଜଧାନୀ ଟୋକିଓରେ ଗୃହ ନିର୍ମାତାମାନଙ୍କ ପାଇଁ ସମସ୍ୟା ବଢ଼ିଲା। ୨୦୨୫ ଏପ୍ରିଲ ପରେ ଏଠାରେ ରିଅଲ ଇଷ୍ଟେଟ ସଂସ୍ଥାଗୁଡ଼ିକ ଯେଉଁ ଘର ନିର୍ମାଣ କରିବେ ସେଥିରେ ସୌର ପ୍ୟାନେଲ ଲଗାଇବା ବାଧ୍ୟତାମୂଳକ କରାଯାଇଛି। ଘରୁ ନିର୍ଗତ ହେଉଥିବା ଅଙ୍ଗାରକ ନିର୍ଗମନକୁ ହ୍ରାସ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ଟୋକିଓର ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏ ନେଇ ନୂଆ ନିୟମ କରାଯାଇଛି। ଜାପାନର କୌଣସି ପୌରସଂସ୍ଥା ପାଇଁ ଏଭଳି ନିୟମ ପ୍ରଥମ ଥର ପାଇଁ ପ୍ରସ୍ତୁତ କରାଯାଇଛି। ବ୍ୟବସ୍‌ଥା ଅନୁଯାୟୀ ୫୦ଟି ବଡ଼ ବିଲଡରଙ୍କୁ ୨୦୦୦ ବର୍ଗ ମିଟର (୨୧୫୦୦ ବର୍ଗଫୁଟ) ଘରେ ଅକ୍ଷୟ ଶକ୍ତି ବ୍ୟବସ୍ଥା କରିବାକୁ ହେବ। ଏଥିରେ ମୁଖ୍ୟତଃ ସୌର ଶକ୍ତି ରହିଛି। ଟୋକିଓରେ ୪ ପ୍ରତିଶତ ଘରେ ସୌର ପ୍ୟାନେଲ ଲାଗିଥିବା ଗତ ସପ୍ତାହରେ ଟୋକିଓର ରାଜ୍ୟପାଳ ୟୁ‌ରିକୋ କୋଇକେ କହିଥିଲେ। ଟୋକିଓ ମେଟ୍ରୋପଲିଟାନ ସରକାରଙ୍କ ଲକ୍ଷ୍ୟ ରହିଛି ଏଠାରେ ସବୁଜଗୃହ ଗ୍ୟାସ ନିର୍ଗମନ ମାତ୍ରାକୁ ୨୦୩୦ ମସିହା ସୁଦ୍ଧା ୨୦୦୦ ମସିହା ସ୍ତରର ଅଧାକୁ ହ୍ରାସ କରିବା।

ଅଙ୍ଗାରକ ନିର୍ଗମନ କ୍ଷେତ୍ରରେ ଜାପାନ ବିଶ୍ବରେ ପଞ୍ଚମ। ୨୦୫୦ ସୁଦ୍ଧା ଏହି ଦେଶ କାର୍ବନ ନ୍ୟୁଟ୍ରାଲିଟି ହାସଲ ଲକ୍ଷ୍ୟ ରଖିଛି।

ad-week
Leave A Reply

Your email address will not be published.