ଆଜିଠାରୁ ଜାନୁଆରି ୧ ପର୍ଯ୍ୟନ୍ତ ସୁପ୍ରିମ୍‌ କୋର୍ଟର ଶୀତଛୁଟି

add-all

ନୂଆଦିଲ୍ଲୀ : ଡିସେମ୍ବର ୧୭ରୁ ଜାନୁଆରି ୧ ପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ଶୀତ ଛୁଟି ହେବ। ତେବେ ଏହି ଶୀତ ଛୁଟି ସମୟରେ କୌଣସି ଅବକାଶ ଖଣ୍ଡପୀଠ ଉପଲବ୍ଧ ହେବନାହିଁ। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଶୁକ୍ରବାର ଦିନ ସୁପ୍ରିମକୋର୍ଟରେ ଏନେଇ ଘୋଷଣା କରିଛନ୍ତି।

କୋର୍ଟରୁମ୍‌ରେ ଉପସ୍ଥିତ ଥିବା ଆଇନଜୀବୀଙ୍କୁ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ କହିଥିଲେ, ଡିସେମ୍ବର ୧୭ଠାରୁ ଜାନୁଆରି ୧ ପର୍ଯ୍ୟପ୍ତ କୌଣସି ଖଣ୍ଡପୀଠ କାର୍ଯ୍ୟକ୍ଷମ ରହିବ ନାହିଁ। ୨ ସପ୍ତାହର ଶୀତ ଛୁଟି ପୂର୍ବରୁ ଶୁକ୍ରବାର ଥିଲା ସୁପ୍ରିମକୋର୍ଟର ଶେଷ କାର୍ଯ୍ୟ ଦିବସ। ଜାନୁଆରି ୨ରେ ପୁଣିଥରେ ସୁପ୍ରିମକୋର୍ଟ ଖୋଲିବ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଗୁରୁବାର ଦିନ ରାଜ୍ୟସଭାରେ ପୁଣିଥରେ ସୁପ୍ରିମକୋର୍ଟରେ କଲେଜିୟମ ବ୍ୟବସ୍ଥାକୁ ନେଇ ଟିପ୍ପଣୀ ଦେବାପରେ ସିଜେଆଇ ଶୁକ୍ରବାର ଦିନ ଏହା କହିଛନ୍ତି। ରିଜିଜୁ କହିଥିଲେ, ଲୋକମାନଙ୍କ ମଧ୍ୟରେ ଏହି ଭାବନା ରହିଛି ଯେ ଦୀର୍ଘ ଦିନ ଧରି ‌କୋର୍ଟ ଛୁଟି ରହିବା ନ୍ୟାୟ ଅପେକ୍ଷାରେ ଥିବା ଲୋକଙ୍କ ପାଇଁ ସୁବିଧାଜନକ ନୁହେଁ ଏବଂ ଏହା ସମସ୍ୟା ସୃଷ୍ଟି କରିଥାଏ।

ad-week
Leave A Reply

Your email address will not be published.