ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ରାହ୍ମଣୀଗାଁ ସଂଖ୍ୟାଲଘୁ ଖ୍ରୀଷ୍ଟିଆନ ସଂପ୍ରଦାୟଙ୍କ ସ୍ମାରକ ପତ୍ର

add-all

ଦାରିଙ୍ଗବାଡ଼ି, ୧୮/୧୨: ଆଜି ସାରା ବିଶ୍ୱ ଆର୍ନ୍ତଜାତିକ ସଂଖ୍ୟାଲଘୁ ଦିବସ ପାଳନ କରୁଅଛି। ଏହି ଅବସରରେ ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଅଞ୍ଚଳର ସଂଖ୍ୟାଲଘୁ ଖ୍ରୀଷ୍ଟିଆନ ସଂପ୍ରଦାୟ ପକ୍ଷରୁ ବ୍ରାହ୍ମଣୀଗାଁ ସ୍ଥିତ କ୍ୟାଥଲିକ ଚର୍ଚ୍ଚ ପରିସରରେ ଏକତ୍ରିତ ହୋଇ ଆନ୍ତର୍ଜାତୀୟ ସଂଖ୍ୟା ଲଘୁଦିବସ ପାଳନ କରିଛନ୍ତି। ଏହାସହିତ କ୍ୟାଥଲିକ ଚର୍ଚ୍ଚ ପରିସରରୁ ରାଲି ମାଧ୍ୟମରେ ବଜାର ଦେଇ ଥାନାରେ ପହଁଚି କନ୍ଧମାଳ ଜିଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ସ୍ମାରକପତ୍ର ର ମୁଖ୍ୟ ଉଦେଶ୍ୟ ହେଲା କେନ୍ଦ୍ର ସରକାର ସଂଖ୍ୟା ଲଘୁ ସମ୍ପ୍ରଦାୟ ପାଇଁ ଆଣିଥିବା ବିଭିନ୍ନ ଯୋଜନା ରାଜ୍ୟ ସ୍ତରରେ ସଂଖ୍ୟା ଲଘୁ ସମ୍ପ୍ରଦାୟର ଛାତ୍ର ଛାତ୍ରୀଙ୍କ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳର ସାଧାରଣ ଜନତା ସରକାରଙ୍କ ବିଭିନ୍ନ ଯୋଜନା ପାଇବାରୁ ବଞ୍ଚିତ ନହେବାକୁ ସ୍ମାରକ ପତ୍ରରେ ଉଲ୍ଲେଖ ରହିଛି। ଏହି ଦିବସ ପାଳନ ନେଇଁ ବ୍ରାହ୍ମଣୀଗାଁ ଅଞ୍ଚଳର ୮ ଗୋଟି ଗ୍ରାମପଞ୍ଚାୟତ କାଟିଙ୍ଗିଆ, କୁମ୍ଭାରୀଗାଁ, ଝିଞ୍ଜିରୀଗୁଡ଼ା, ବାମୁଣିଗାଁ, ଗଦାପୁର, ହାତୀମୁଣ୍ଡା, ତାଜୁଙ୍ଗିଆ ଓ ସରାମୂଳୀ ଗ୍ରାମ ପଞ୍ଚାୟତର ଶତାଧିକ ସଂଖ୍ୟାଲଘୁ ଖ୍ରୀଷ୍ଟିଆନ ସଂପ୍ରଦାୟର ବୁଦ୍ଧିଜୀବୀ, ସାମାଜିକ କର୍ମୀ, ମହିଳା ନେତ୍ରୀ, ଗ୍ରାମ ମୁଖିଆ ଓ ଯୁବ ଗୋଷ୍ଠୀ ସମୂହ ଏକତ୍ରିତ ହୋଇଥିଲେ।

ad-week
Leave A Reply

Your email address will not be published.