ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

add-all

ଦାରିଙ୍ଗବାଡି,୧୮/୧୨ : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସିମନବାଡ଼ି ପାଟଖଣ୍ଡା ଖେଳ ପଡିଆ ଠାରେ ରାମ ନାୟକ ମେମୋରିଆଲ ରାଜ୍ୟ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗଦେଇ ଥିବା ବେଳେ ଅତିଥି ଭାବେ ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ଦୀପକ ପ୍ରଧାନ, ସିମନବାଡି ସମିତିସଭ୍ୟ ସାଧୁ ନାୟକ, ଜିଲ୍ଲା ପରିଷଦ ସଭ୍ୟ ରଞନ ପ୍ରଧାନ, ଏମପି ପ୍ରତିନିଧି ଅକ୍ଷୟ ନାୟକ, ବିଧାୟକ ପ୍ରତିନିଧି ଦୀପକ ସାହୁ, ଏସଆଇ ଲକ୍ଷ୍ମୀ ମାଝୀ, ଏଏସଆଇ ସୁବାସ ଚନ୍ଦ୍ର ବାଏକ ପ୍ରମୁଖ ଯୋଗ ଦେଇଥିଲେ । ରାମ ନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ୮ଗୋଟି ଟିମ ମଧ୍ୟରେ ତିନି ଦିନ ଧରି ଖେଳ ହୋଇଥିବା ବେଳେ ରବିବାର ଦିନ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ସିମନବାଡି ଓ ବଲାଙ୍ଗିର ଟିମ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ କୌଣସି ଟିମ ଗୋଲ କରିନଥିବା ବେଳେ ବଲାଙ୍ଗିର ଟିମ ସିମନବାଡି ଟିମକୁ ୨-୩ ପେନାଲ୍ଟି ସଟ ଦେଇ ବଲାଙ୍ଗିର ଟିମ ବିଜୟ ହୋଇଥିଲା। ବିଜୟୀ ବଲାଙ୍ଗିର ଦଳକୁ ୨୦ ହଜାର ଟଙ୍କା ସହ ବିଜୟ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ରନର୍ ଦଳ କୁ ୧୫ ହଜାର ଟଙ୍କା ସହ ରନର୍ କପ ପ୍ରଦାନ କରାଯାଇଥିଲା । ଏହା ମଧ୍ୟରେ ବାଲିଗୁଡା ଓ ରାଇକିଆ ମହିଳା ଫୁଟବଲ ଟିମ ମଧ୍ୟରେ ବନ୍ଧୁତାପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଅନ୍ତର୍ଜାତୀୟ ରେଫରି ଶ୍ୟାମ ସୁନ୍ଦର ଫାଇନାଲ ଟୁର୍ଣ୍ଣାମେଣ୍ଟରେ ରେଫରି କରିଥିଲେ । ସିମନବାଡି ନେତାଜୀ ଆଥଲେଟିକ ସଂଘ ସଭାପତି ନାଗେଶ୍ଵର ରାଓ ସୁବୁଦ୍ଧି ଙ୍କ ତତ୍ୱାବଧାନ କ୍ରମେ ସମ୍ପାଦକ ଶୁକଦେବ ପ୍ରଧାନ ଏହାର ପରିଚାଳନା କରିଥିବା ବେଳେ ଅମର ନାୟକ, ପାପୁ ନାୟକ, ଜଗନ୍ନାଥ ନାୟକ, ଶିଶିର ପରିଛା ପ୍ରମୁଖ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.