ତ୍ରିପୁରା ଚାଲାଣବେଳେ ୨ ନାବାଳିକା, ଜଣେ ମହିଳା ଉଦ୍ଧାର

add-all

ଉମରକୋଟ: ତ୍ରିପୁରା ଚାଲାଣବେଳେ ୨ ନାବାଳିକା, ଜଣେ ମହିଳା ଉଦ୍ଧାର । ନବରଙ୍ଗପୁର ଜିଲ୍ଲା ଉମରକୋଟ ପୋଲିସ୍ ମାମଲାରେ ସମ୍ପୃକ୍ତ ଜଣେ ବ୍ୟକ୍ତିକୁ ଗିରଫ କରିଛି । ସୂଚନା ଅନୁଯାୟୀ, ଚଳିତ ମାସ ୧୨ ତାରିଖରେ ଝରିଗାଁ ବ୍ଲକ୍‌ କୋପେନା ପଞ୍ଚାୟତ ତାରାଗାଁ ଗ୍ରାମର ଭୀମରାଜ ରାଉତଙ୍କ ନାବାଳିକା ଝିଅ ପିଙ୍କି ରାଉତ, ସେହି ଗ୍ରାମର ସନସାଇ ରାଉତଙ୍କ ଝିଅ ବେଦ ରାଉତ ଏବଂ ମଶୁ ରାଉତଙ୍କ ଭଉଣୀ ବୁଦନ୍ତି ରାଉତ ସନ୍ଧ୍ୟା ୫ଟାରେ ଗାଁରୁ ନିଖୋଜ ହୋଇଥିଲେ ।

ବହୁ ଖୋଜାଖୋଜି ପରେ ମଧ୍ୟ ସେମାନଙ୍କୁ ପାଇନଥିଲେ ପରିବାର ଲୋକେ। ପରେ ଏକ ଫୋନ୍‌ କଲ୍‌ ଆସିଥିଲା । କୌଣସି ଏକ ଅଜଣା ଲୋକ ସେମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ନେଇଯାଇଥିବା ନିଖୋଜ ନାଳାଳିକାମାନେ ଜଣାଇଥିଲେ । ଏନେଇ ଉମରକୋଟ ଥାନାରେ ଅପହରଣ ଅଭିଯୋଗ କରିଥିଲେ ପରିବାର ।

ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଛି । ଆଜି ଚାଲାଣକାରୀକୁ ଗିରଫ କରିବା ସହ ନିଖୋଜ ଦୁଇ ନାବାଳିକା ଏବଂ ମହିଳାଙ୍କୁ ଉଦ୍ଧାର କରାଯାଇଛି । ଗିରଫ ବ୍ୟକ୍ତି ହେଲେ ଡାବୁଗାଁ ଥାନା ଅନ୍ତର୍ଗତ ଚାଟିଗୁଡାର ଭୁବନ ପନକା । ଏଥିରେ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ତଦନ୍ତ ଜାରି ରଖିଛି ପୋଲିସ ।

ad-week
Leave A Reply

Your email address will not be published.