ଗୋବିନ୍ଦ ସାହୁଙ୍କ ଜେଲରେ ମୃତ୍ୟୁ, ରିପୋର୍ଟ ମାଗିଲେ ଓଏଚଆରସି

add-all

ଭୁବନେଶ୍ବର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ଆତ୍ମହତ୍ୟା କରିଥିବା ସୂଚନା ଦିଆଯାଇଛି। ସ୍ବାମୀ ଆତ୍ମହତ୍ୟା କରିନାହାନ୍ତି, ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି ବୋଲି ତାଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି।

ଫଳରେ ଗୋବିନ୍ଦ ସାହୁ ମୃତ୍ୟୁ ମାମଲାରେ ଓଡ଼ିଶା ରାଜ୍ୟ ମାନବାଧିକାର ଆୟୋଗ(ଓଏଚଆରସି) ପକ୍ଷରୁ ରିପୋର୍ଟ ମଗାଯାଇଛି। ନିଜ ଆଡୁ ମାମଲା କରି ରାଜ୍ୟ ମାନବାଧିକାର ଆୟୋଗ ରିପୋର୍ଟ ତଲବ କରିଛନ୍ତି। ୧୫ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଜେଲ ଡିଜି ଏବଂ ବଲାଙ୍ଗିର ଏସପିଙ୍କୁ ନିର୍ଦେଶ ଦିଆଯାଇଛି।

ad-week
Leave A Reply

Your email address will not be published.