ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ଗତକାଲି ଘରୁ ଟଙ୍କା ନେଇ କୁଆଡେ ଚାଲିଯାଇଥିଲେ

add-all

ଯାଜପୁର: ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ପଲେଇ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା। ସୂଚନା ମୁତାବକ, ଗତକାଲି ପଲେଇ ଗ୍ରାମର ଚୈତନ୍ୟ ନାୟକଙ୍କ ଝିଅ ଶୁଭଶ୍ରୀ ନାୟକଙ୍କୁ ଘରୁ ଦୁଇ ଜଣ ଯୁବକ ଆସି କେଉଁ ଆଡେ ନେଇ ଯାଇଥିଲେ। ପରିବାର ଲୋକେ ଝିଅକୁ ଖୋଜା ଖୋଜି କରିବା ପରେ ପରିବାର ଲୋକଙ୍କୁ ଏକ ଫୋନ ଆସିଥିଲା ଝିଅ ବିଷ ପିଇ ଦେଇଛି। ସ୍ଥାନୀୟ ଏକ ମେଡିକାଲରେ ଅଛି।

ଖବର ପାଇ ତୁରନ୍ତ ଝିଅ ପାଖରେ ପରିବାର ଲୋକେ ପହଁଚିଥିଲେ। ଏହି ସମୟରେ ସମ୍ପୃକ୍ତ ଦୁଇ ଜଣ ଯୁବକ ସେଠାରୁ ଫେରାର ହୋଇଯାଇଥିଲେ। ଯୁବତୀଙ୍କ ଅବସ୍ଥା ଗୁରୁତର ଥିବାରୁ ସ୍ଥାନୀୟ ମେଡିକାଲ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଶୁଭଶ୍ରୀଙ୍କୁ ମୃତ ଘୋଷଣା କରିଥିଲେ।

ଶୁଭଶ୍ରୀ କଲେଜରେ ପାଠ ପଢୁଥିଲେ। ଏପଟେ ଝିଅ ଘରୁ ଏକ ଲକ୍ଷ ୭୦ହଜାର ଟଙ୍କା ନେଇ ଆସିଥିବା ବେଳେ ଝିଅକୁ ମାରି ଦେଇଥିବା ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଶୁଭଶ୍ରୀଙ୍କ ପରିବାର ଲୋକେ। ଅଭିଯୋଗ ପରେ ବାଲିଚନ୍ଦ୍ରପୁର ପୋଲିସ ମୃତଦେହକୁ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ବଡ଼ଚଣା ମେଡ଼ିକାଲ ପଠାଇ ଘଟଣାର ଅଧିକ ତଦନ୍ତ ଚଳାଇଛି।

ad-week
Leave A Reply

Your email address will not be published.