ବଡ ଧରଣର ଲୁଟେରା ଗ୍ୟାଙ୍ଗକୁ ଧରିଲା ନୟାଗଡ଼ ପୋଲିସ୍

add-all

ନୟାଗଡ଼: ଧରାପଡିଲା ବଡ ଧରଣର ଲୁଟେରା ଗ୍ୟାଙ୍ଗ୍‌ । ଏମାନଙ୍କୁ ଧରିବାରେ ସଫଳ ହୋଇଛି ନୟାଗଡ଼ ପୋଲିସ୍। ଲୁଟ୍‌ ହୋଇଥିବା କାର୍ , ମୋବାଇଲ ଫୋନ୍‌ ଓ ଟଙ୍କା ଜବତ କରିଛି ପୋଲିସ୍ । କୋଡିଏକାହାଣିଆ ଗାଁର ଦେବାଶିଷ ମହାପାତ୍ରଙ୍କ କାର୍‌କୁ ତାଙ୍କର ଜଣେ ସାଙ୍ଗ ସୁଧୀର ଗଉଡ ମାଗି ନେଇଥିଲେ।

୬ଜଣ ଦୁର୍ବୃତ୍ତ ଆସି ମରଣାସ୍ତ୍ର ଦେଖାଇ କାର୍, ମୋବାଇଲ ଓ ଆଠ ହଜାର ଟଙ୍କା ଲୁଟି ନେଇଥିଲେ। ପୁରୀ ଜିଲା ବ୍ରହ୍ମଗିରି ଥାନା ପୋଲିସ ଦ୍ୱାରା ଏହି ଛଅ ଜଣିଆ ଗ୍ୟାଙ୍ଗ୍‌ର ତିନି ଜଣ ବ୍ୟକ୍ତି ଗିରଫ ହେବା ପରେ ସମସ୍ତ ଲୁଟେରା ଧରା ପଡିଥିଲେ। ସେମାନଙ୍କ ନିକଟରୁ ଚୋରି ହୋଇଥିବା କାରକୁ ଜବତ କରାଯାଇଥିଲା। ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

ad-week
Leave A Reply

Your email address will not be published.