ବିଧାୟକ ମହମ୍ମଦ ମୋକିମ ଓ ସୁର ରାଉତରାୟଙ୍କୁ ସୋ କଜ୍‌ ନୋଟିସ୍‌: ୭ ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ

add-all

କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓ ସୁରେଶ ରାଉତରାୟଙ୍କୁ ସୋ କଜ୍‌ ନୋଟିସ୍‌। କଂଗ୍ରେସ ଶୃଙ୍ଖଳା କମିଟି ଉଭୟ ନେତାଙ୍କୁ ନୋଟିସ୍‌ ଜାରି କରିଛି। ୭ଦିନ ଭିତରେ ଉତ୍ତର ରଖିବାକୁ ରହିଛି ନିର୍ଦ୍ଦେଶ । ପଦ୍ମପୁର ଉପ ନିର୍ବାଚନ ଫଳାଫଳକୁ ନେଇ ଦୁଇ ନେତା ଦଳ ବିରୋଧରେ ଦେଇଥିବା ମନ୍ତବ୍ୟ ଉପରେ ସେମାନଙ୍କୁ ନୋଟିସ ହୋଇଛି । ଏହା ମାଧ୍ୟମରେ ୨୦୨୪ ପୂର୍ବରୁ ବିଶୃଙ୍ଖଳାକାରୀଙ୍କୁ ପାର୍ଟି ବଡ଼ ବାର୍ତ୍ତା ଦେବାକୁ ପ୍ରୟାସ କରିଛି ।

ଦିନକୁଦିନ କଂଗ୍ରେସର ସ୍ଥିତି ଦୁର୍ବଳ ହେବାରେ ଲାଗିଛି। ୨୦୧୯ ପରେ ଏଯାଏ ୭ଟି ଉପ ନିର୍ବାଚନ ହେଲାଣି। ମାତ୍ର ବ୍ରଜରାଜନଗର ଓ ତିର୍ତ୍ତୋଲ ଉପନିର୍ବାଚନକୁ ଛାଡ଼ିଦେଲେ ବାକି ସବୁ ବାଇ ଇଲେକ୍ସନରେ କଂଗ୍ରେସ ଅମାନତ ହରାଇଛି। ସେପଟେ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଅପ୍ରିୟ ସତ ମୁଁ କହିବି, କେହି ରୋକି ପାରିବେନି। ବିଜେପିର ଭୋଟ୍‌ ରହିଲା, କଂଗ୍ରେସର ଭୋଟ ଗଲା କୁଆଡେ ବୋଲି କହିଥିଲି। କଂଗ୍ରେସର କେଉଁ ନେତା କିମ୍ବା ପ୍ରାର୍ଥୀଙ୍କ ନାଁରେ କିଛି କହିନି। ନୋଟିସ୍‌ର ଜବାବ ଦେବି। ଯାହା ଦଣ୍ଡ ଦେବେ ଗ୍ରହଣ କରିବି। ସେହିପରି ବିଧାୟକ ମୋକିମ କହିଛନ୍ତି ଦଳ ବିରୋଧରେ ସେ କିଛି କହି ନାହାନ୍ତି । କଂଗ୍ରେସକୁ ବଞ୍ଚାଇ ରଖିବା ଓ ସୁଦୃଢ଼ କରିବା ଆମର କର୍ତ୍ତବ୍ୟ ।

୨୦୧୯ରେ ପଦ୍ମପୁର ଉପ ନିର୍ବାଚନରେ କଂଗ୍ରେସ ୩୨ ହଜାର ଭୋଟ୍‌ ପାଇଥିଲା। କିନ୍ତୁ ପଦ୍ମପୁର ଉପ ନିର୍ବାଚନରେ କଂଗ୍ରେସର ୨୮ ହଜାର ଭୋଟ୍‌ କୁଆଡେ ଗଲା ତାହାକୁ ନେଇ ତମ୍ବିତୋଫାନ ହେଉଛି। କିନ୍ତୁ ବ୍ରଜରାଜନଗର ଉପ ନିର୍ବାଚନରେ ୨୦୧୯ ତୁଳନାରେ ବିଜେପି ୪୫ ହଜାର ୮୮୮ କମ୍‌ ଭୋଟ୍‌ ପାଇଛି । ଅମାନତ ହରାଇଥିଲେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା। କିନ୍ତୁ ପଦ୍ମପୁର ଉପ ନିର୍ବାଚନ କଂଗ୍ରେସ ଭୋଟ୍‌ କୁଆଡେ ଗଲା ବୋଲି ଯେତିକି ଚର୍ଚ୍ଚା ହେଉଛି, ସେହି ଅନୁସାରେ ରାଧାରାଣୀଙ୍କ ଭୋଟ୍‌ କୁଆଡେ ଗଲା ତାହା ଚର୍ଚ୍ଚା ହୋଇନଥିଲା।

ad-week
Leave A Reply

Your email address will not be published.