ପିଲାଙ୍କ ଖେଳପଡିଆ ମଧ୍ୟରେ ହଷ୍ଟେଲ ଅତିରିକ୍ତ ଗୃହ ନିର୍ମାଣ ଉଦ୍ୟମକୁ ବିରୋଧ

add-all

ଫୁଲବାଣୀ : ରାଜ୍ୟ ସରକାର କ୍ରୀଡ଼ା ର ବିକାଶ ପାଇଁ ଓଡିଶାରେ ହକି ଖେଳକୁ ପ୍ରୋତ୍ସାହନ ଦେଇ ଆନ୍ତର୍ଜାତୀୟ ହକି ମ୍ୟାଚ ଅନୁଷ୍ଠିତ କରୁଥିବା ବେଳେ ଏପଟେ ଫୁଲବାଣୀର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସର ରେ ଥିବା ଖେଳପଡିଆକୁ ନଷ୍ଟ କରି ସେଠାରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ର ଅତିରିକ୍ତ ହଷ୍ଟେଲ ଗୃହ ନିର୍ମାଣ କରିବାନେଇ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି l ଫଳରେ ଛାତ୍ରୀଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି lବର୍ତମାନ ଉକ୍ତ ପଡିଆରେ ଖେଳ ଚାଲିଥିବା ବେଳେ କନିଷ୍ଠ ଯନ୍ତ୍ରୀ ଓ ସିନିଅର ଟିସି ଙ୍କ ଉପସ୍ଥିତିରେ ବୁଧବାର ଜେ ସିବି ଆଣି ଯୋର ଜବରଦସ୍ତ ଖେଳପଡିଆ ଭିତରେ ଫାଉଣ୍ଡେସନ ଖୋଳା ଯାଉଥିବା ଦେଖିବାକୁ ମିଳିଛି l ହଷ୍ଟେଲ ନିର୍ମାଣ ପାଇଁ ଅନ୍ୟ ଖାଲି ସ୍ଥାନ ଥିବା ବେଳେ ହଷ୍ଟେଲ ଗୃହ ନିର୍ମାଣ ପାଇଁ ପଡିଆକୁ ଖୋଳିବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠୁଛି lଠିକାଦାର ଓ ଯନ୍ତ୍ରୀ ମିଶି ଲକ୍ଷାଧିକ ଟଙ୍କା ହରିଲୁଟ କରିବାକୁ ଖେଳ ପଡିଆକୁ ନଷ୍ଟ କରି ଏଭଳି ହୀନ ଚକ୍ରାନ୍ତ କରୁଥିବା ଅଭିଯୋଗ ହୋଇଛି l
ଅନ୍ୟ ଖାଲିସ୍ଥାନଟି ଗାତ ହୋଇଥିବାରୁ ସେଠାରେ ଠିକାଦାର ଙ୍କୁ ମାଟି ଭର୍ତ୍ତି କଲେ କାଳେ କ୍ଷତି ହେବ ଆଉ ଯନ୍ତ୍ରୀଙ୍କୁ ମୋଟା ଅଙ୍କର ପିସି ମିଳିବନି ସେଥିପାଇଁ ଯନ୍ତ୍ରୀ ଏଭଳି ହୀନ ଚକ୍ରାନ୍ତ କରୁଥିବା କୁହାଯାଉଛି lଏ ନେଇ ଯନ୍ତ୍ରୀଙ୍କୁ ପଚାରିଲେ ଖେଳରୁ କଣ ମିଳିବ, ଆମର ଯେଉଁଠି ସୁବିଧା ସେଇଠି ହେବ ବୋଲି କହୁଛନ୍ତି l ଯାହାକି ହାସ୍ୟାସ୍ପଦ l ଜିଲ୍ଲାପାଳ ଖୋଦ ନିଜେ ଆସି ଦେଖନ୍ତୁ ଆଉ ସ୍ଥାନ ନିରୂପଣ କରନ୍ତୁ ବୋଲି ଅଭିଭାବକ ମାନେ ଦାବିକରିଛନ୍ତିl ଏ ପଟେ ଆମ ପଡିଆ ନଷ୍ଟ କଲେ ଆମେ କେଉଁଠି ଖେଳିବୁ ବୋଲି କହୁଛନ୍ତି lଫାଇପ ଟି ଅନ୍ତର୍ଭୁକ୍ତ ଏହି ବିଦ୍ୟାଳୟରେ ଖେଳ ପଡିଆର ଉନ୍ନତି କରଣ ପାଇଁ ଗତ କିଛିମାସ ତଳେ ଲକ୍ଷାଧିକ ଟଙ୍କା ବ୍ୟୟ କରି ସମତୁଲ କରି କ୍ରୀଡ଼ଉପଯୋଗୀ କରାଯାଇଥିଲା l ଏବେ ନଷ୍ଟ କରାଯାଉଥିବାରୁ ସବୁ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି l

ad-week
Leave A Reply

Your email address will not be published.