ଏଲଆଇସି ଏଜେଣ୍ଟ ଶୈଳେନ୍ଦ୍ର ଜେନା ହତ୍ୟାକାଣ୍ଡ ଘଟଣା: ଥାନାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ ବାପ-ପୁଅ

add-all

କଟକ : କଟକ ଏଲଆଇସି ଏଜେଣ୍ଟ ଶୈଳେନ୍ଦ୍ର ଜେନା ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତର ଆତ୍ମସମର୍ପଣ। ନୟାଗଡ଼ ଜିଲ୍ଲା ବାହାଡ଼ାଝୋଲା ଫାଣ୍ଡିରେ ବାପା-ପୁଅ ଯୋଡ଼ି । ଦିପୁ ସାହୁ ଓ ତାଙ୍କ ବାପା ଫାଣ୍ଡିରେ ଆତ୍ମସମର୍ପଣ କରିଛନ୍ତି। ପୂର୍ବରୁ ଦିପୁ ସାହୁଙ୍କ ସ୍ତ୍ରୀ ସୁନୀତା ଓ ସହଯୋଗୀଙ୍କୁ ପୋଲିସ ଗିରଫ କରିଥିଲା।

ମୃତ ଶୈଳେନ୍ଦ୍ର କଟକରେ ଏଲଆଇସି ଏଜେଣ୍ଟ ଭାବରେ କାମ କରୁଥିଲେ। ଏହା ସହ ଏକ ୱେବ୍‌ ଚ୍ୟାନେଲରେ ସାମ୍ବାଦିକ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। ଏହି ସମୟରେ ଶୈଳେନ୍ଦ୍ରଙ୍କର ଜଣେ ମହିଳାଙ୍କ ସହ ସମ୍ପର୍କ ଗଢି ଉଠିଥିଲା। ମହିଳା ସୁନୀତା ଓ ତାଙ୍କ ସ୍ୱାମୀ ଦୀପୁ ସାହୁଙ୍କ ଘର ନୟାଗଡ଼ ମହୀପୁର ଅଞ୍ଚଳରେ ହୋଇଥିବାବେଳେ କଟକରେ ରହି ଦହିବରା ବେପାର କରୁଥିଲେ। ଏହି ଘଟଣା ଜଣାପଡିବା ପରେ ଶୈଳେନ୍ଦ୍ରକୁ ଜୀବନରୁ ଶେଷ କରିଦେବାକୁ ନିଷ୍ପତ୍ତି ନେଇଥିଲା ଦୀପୁ। ଆଉ ଘରକୁ ଡାକି ଶୈଳେନ୍ଦ୍ରଙ୍କୁ ହତ୍ୟା କରିଥିଲା। ଏହାପରେ ଫେରାର ହୋଇଯାଇଥିଲେ ଦିପୁ ଓ ତା ବାପା। ହତ୍ୟାକାଣ୍ଡର ୧୯ ଦିନ ପରେ ଦୁଇ ଜଣ ସରେଣ୍ଡର କରିଛନ୍ତି।

ad-week
Leave A Reply

Your email address will not be published.