ମହିଳା କମିଶନଙ୍କ ନୋଟିସ ପରେ ସୋସିଆଲ ମିଡିଆରୁ ‘ରେଡ୍‌-ହଟ୍‌ ଗାର୍ଲସ୍‌’… ପୋଷ୍ଟକୁ ହଟାଇଲା ସ୍ପାଇସ୍‌ଜେଟ୍‌

add-all

ନୂଆଦିଲ୍ଲୀ: ସ୍ପାଇସ୍‌ଜେଟ୍‌ ନିଜର ଷ୍ଟିୱାର୍ଡ ଏବଂ ଭେଟେରାନ୍‌ ଅଭିନେତା ଧର୍ମେନ୍ଦ୍ରଙ୍କୁ ନେଇ ଏକ ସୋସିଆଲ ମିଡିଆରେ କରିଥିବା ଏକ ପୋଷ୍ଟକୁ ନେଇ ଜାତୀୟ ମହିଳା କମିଶନଙ୍କ ଠାରୁ ନୋଟିସ ପରେ ଏହାକୁ ହଟାଇ ଦେଇଛି। ତେବେ, ସ୍ପାଇସ୍‌ଜେଟ୍‌ ଏୟାରଲାଇନ୍‌ସ ପକ୍ଷରୁ କୁହାଯାଇଛି ଯେ ମହିଳା କର୍ମଚାରୀଙ୍କୁ ଅସମ୍ମାନ କରିବା ଏହାର ଉଦ୍ଦେଶ୍ୟ ନଥିଲା।

ଉଲ୍ଲେଖଯୋଗ୍ୟ, ସ୍ପାଇସ୍‌ଜେଟ୍‌ ଏୟାରଲାଇନ୍‌ସର ସୋସିଆଲ ମିଡିଆରେ ‘ଆମର ଲାଲ୍‌-ହଟ୍‌ ଝିଅମାନଙ୍କ ସହିତ ଗରମ-ଧରମ’ ଶିରୋନାମାରେ ପ୍ରକାଶ ପାଇଥିବା ଏହି ପୋଷ୍ଟକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ବିରକ୍ତି ପ୍ରକାଶ କରିିଥିଲେ। ପରେ ଜାତୀୟ ମହିଳା କମିଶନଙ୍କ ଦୃଷ୍ଟିକୁ ସ୍ପାଇସଜେଟର ଏହି ସୋସିଆଲ ମିଡିଆ ପୋଷ୍ଟ ଆସିବା ପରେ କମିଶନ ନୋଟିସ ଜାରି କରିଥିଲେ।

ମହିଳା ଏୟାରହୋଷ୍ଟେସମାନଙ୍କୁ ଏପରି ଢ଼ଙ୍ଗରେ ‘ରେଡ୍‌-ହଟ୍‌’ ଭାବରେ ବ୍ୟାଖ୍ୟା କରିବା ଆପତ୍ତିଜନକ ଏବଂ ‘ଲିଙ୍ଗବାଦୀ’ ଦର୍ଶାଇ ସ୍ପାଇସ୍‌ଜେଟ୍‌ ମହିଳାମାନଙ୍କୁ କେବଳ ବସ୍ତୁ ଭାବରେ ଚିତ୍ରଣ କରିବା ଘଟଣାକୁ ଦୃଢ ନିନ୍ଦା କରିଥିଲେ କମିଶନ। ଏଥିସହ ସ୍ପାଇସ୍‌ଜେଟ୍‌ ନିଜର ଟ୍ଵିଟର ହ୍ୟାଣ୍ଡେଲରୁ ଏହି ପୋଷ୍ଟକୁ ଅପସାରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ad-week
Leave A Reply

Your email address will not be published.