ଆସନ୍ତା ୨୭ ତାରିଖରେ ବରଗଡ଼ ଧନୁଯାତ୍ରା

add-all

ବରଗଡ଼: ଆସନ୍ତା ୨୭ ତାରିଖରେ ବରଗଡ଼ ଧନୁଯାତ୍ରା।  ଆଉ ଦିନ କେଇଟା ରହିଥିବା ବେଳେ, କଳାକାରଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ।  ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ କଳାକାର ମାନେ ଦିନରାତି ଏକ କରିଦେଇ ରିହର୍ସାଲ କରୁଛନ୍ତି।  ରିହର୍ସାଲର ଅନ୍ତିମ ପର୍ଯ୍ୟାୟରେ କୃଷ୍ଣ ବଳରାମଙ୍କ ସହ ମହାରାଜ କଂସଙ୍କ ଯୁଦ୍ଧ  ଓ କଂସ ବଧର ଅଭ୍ୟାସ ହୋଇଥିଲା।  ଚଳିତ ବର୍ଷ ବରଗଡ଼ ଧନୁଯାତ୍ରା ୭୦ ବର୍ଷରେ ପାଦଥାପିଛି।

ସୂଚନାଯୋଗ୍ୟ,  କିଛି ଦିନ ତଳେ ବରଗଡ଼ ଚଳିତବର୍ଷ ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ କରିବା ପାଇଁ ମନୋନୀତ ହୋଇଥିବା କୁନି କଳାକାର ଶ୍ରେୟସ ପୂଝାରୀଙ୍କର ମୃତ୍ୟୁ ଘଟିଥିଲା। ଶ୍ରେୟସ ଘରେ ଖେଳୁଥିବା ସମୟରେ ତଳେ ପଡ଼ି ଅଚେତ ହୋଇଯାଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ବରଗଡ଼ ପୁରୁଣା ହସ୍‌ପିଟାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶ୍ରେୟସ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସପ୍ତମ ଶ୍ରେଣୀରେ ପଢୁଥିଲେ। ଶ୍ରେୟସ ଅନ୍ୟ ଜଣେ  କୁନି କଳାକାର ବଳରାମ ଭୂମିକାରେ ଅଭିନୟ କରୁଛନ୍ତି।

ad-week
Leave A Reply

Your email address will not be published.