ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜାତୀୟ ଗଣିତ ଦିବସ ପାଳିତ

add-all

ଫୁଲବାଣୀ : ସ୍ଥାନୀୟ ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆଜି ଜାତୀୟ ଗଣିତ ଦିବସ ସୁଚାରୁରୂପେ ପାଳନ କରାଯାଇଛି l ବନ୍ଦନା ପ୍ରାର୍ଥନା ପରେ ପରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଗଣିତ ପତ୍ରବାଚନ,ଗଣିତ ପ୍ରକଳ୍ପ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଅନେକ ଛାତ୍ର ଛାତ୍ରୀ ଏହି ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ। ଗଣିତଜ୍ଞ ରାମାନୁଜଙ୍କ ଗଣିତ ଜ୍ଞାନ ତଥା ଗଣିତର ବିଭିନ୍ନ କୋଣ ଅନୁକୋଣରୁ ଗଣିତକୁ ତାଙ୍କରି ଅବଦାନ ସମ୍ବନ୍ଧରେ ପ୍ରତିଯୋଗୀ ଛାତ୍ରଛାତ୍ରୀମାନେ ଆଲୋକପାତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢ଼ୀଙ୍କ ସଭାପତିତ୍ୱ ରେ ,ସହ ପ୍ରଧାନ ଆଚାର୍ଯ୍ୟା ବୈଜୟନ୍ତି ସାମନ୍ତରାୟଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ପୋଲିସ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବୀ ପ୍ରସାଦ ଶତପଥୀ ଉପସ୍ଥିତ ରହି ପ୍ରକଳ୍ପଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ ଏବଂ ଗଣିତ ଦିବସର ଆଭିମୁଖ୍ୟ ତଥା ଆମର ଦୈନନ୍ଦିନ ଜୀବନରେ ଗଣିତର ଆବଶ୍ୟକତା ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ। ବିଦ୍ୟାଳୟର ବରିଷ୍ଠ ଗଣିତ ଆଚାର୍ଯ୍ୟା ନିରୂପମା ପାଣିଗ୍ରାହୀ ଓ ଆଚାର୍ଯ୍ୟ ଅନିଲ ସାହୁ ଏବଂ ଅନ୍ୟାନ୍ୟ ଗଣିତ ଆଚାର୍ଯ୍ୟ/ଆଚାର୍ଯ୍ୟାଙ୍କ ସହଯୋଗରେ ପ୍ରକଳ୍ପ କାର୍ଯ୍ୟ ପରିଚାଳିତ ହୋଇଥିଲା। ସେହିପରି ଆଚାର୍ଯ୍ୟା ପ୍ରତିଭା ଦାଶ, ଆଚାର୍ଯ୍ୟ ରାଜେଶ ପ୍ରଧାନ,ଶିବ ପ୍ରସାଦ ଆଚାରୀ,ଆଚାର୍ଯ୍ୟା ସବିତା ପାତ୍ର ଙ୍କ ଦ୍ୱାରା ଗଣିତ ପତ୍ରବାଚନର ମୂଲ୍ୟାୟନ କରାଯାଇ କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ଘୋଷଣା କରାଯାଇଥିଲା। ମୁଖ୍ୟ ଅତିଥି ଦେବୀ ପ୍ରସାଦ ଶତପଥି କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ପରିଶେଷରେ ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.