କୋର୍ଟରେ ହାଜର ପାଇଁ IAS ମନୀଷ ଅଗ୍ରୱାଲ୍‌ଙ୍କୁ ନିର୍ଦ୍ଦେଶ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ୍‌ଙ୍କ ଅଡୁଆ ବଢିଲା। ତାଙ୍କ ବିରୋଧରେ ପୁଣି ଥରେ ମାଲକାନଗିରି SDJM କୋର୍ଟରେ ମାମଲା ଚାଲୁ ହୋଇଛି। ତତ୍କାଳୀନ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ନେଇ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା। ଏଥିରେ ଜିଲ୍ଲାପାଳ ମନୀଷଙ୍କ ହାତ ଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା।

ପୂରା ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରିଥିଲା। ତଦନ୍ତ ପରେ ଦେବନାରାୟଣ ଆତ୍ମହତ୍ୟା କରିଥିଲେ। ଏଥିରେ ମନୀଷଙ୍କ କୌଣସି ସଂପୃକ୍ତି ନଥିବା ରିପୋର୍ଟରେ ଦର୍ଶାଇଥିଲା କ୍ରାଇମବ୍ରାଞ୍ଚ। କିନ୍ତୁ ଏହି ରିପୋର୍ଟରେ କୋର୍ଟ ସନ୍ତୁଷ୍ଟ ନହୋଇ ପୁଣି ମାମଲାର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତା’ସହ ମନୀଷ ଅଗ୍ରଓ୍ୱାଲଙ୍କୁ ମାଲକାନଗିରି ଏସଡିଜେଏମ୍ କୋର୍ଟରେ ବ୍ୟକ୍ତିଗତ ଭାବେ ହଜାର ହେବାକୁ ନିର୍ଦ୍ଦେଶ ହୋଇଛି।

୨୦୧୯ ମସିହା ଡିସେମ୍ବର ୨୮ ତାରିଖରେ ଅଫିସ୍ ଯାଇ ଆଉ ଫେରି ନଥିଲେ ଦେବନାରାୟଣ ପଣ୍ଡା। ପରିବାର ଲୋକେ ତାଙ୍କୁ ଖୋଜିଥିଲେ ମଧ୍ୟ ପାଇନଥିଲେ। ତା’ପର ଦିନ ମାଲକାନଗିରି ସତୀଗୁଡ଼ା ଡ୍ୟାମରୁ ମିଳିଥିଲା ଶ୍ରୀ ପଣ୍ଡାଙ୍କ ମୃତଦେହ। ଅଫିସର ଚାପ ଯୋଗୁ ଶ୍ରୀ ପଣ୍ଡାଙ୍କ ମୃତ୍ୟୁ ଘଟିଥିବା  ଅଭିଯୋଗ ଆଣିଥିଲେ ତାଙ୍କ ପତ୍ନୀ ବନଜା। ସ୍ୱାମୀଙ୍କ ମୃତ୍ୟୁୟପାଇଁ ଜିଲ୍ଲାପାଳ ଓ ତାଙ୍କ ଅଫିସ୍‌ ଦାୟୀ ବୋଲି ସେ ଅଭିଯୋଗ କରିଥିଲେ। ହେଲେ ପୁଲିସ ଶୁଣି ନଥିଲା। କେବଳ ଆତ୍ମହତ୍ୟା ମାମଲା ରୁଜୁ କରି ଚୁପ୍‌ ବସି ଯାଇଥିଲା।

ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ବନଜା ଜାତୀୟ ମାନବାଧିକାର କମିଶନଙ୍କ ପାଖରେ ଅଭିଯୋଗ କରିଥିଲେ। ମାମଲାର ଗୁରୁତ୍ୱକୁ ଦେଖି ଘଟଣାର ତଦନ୍ତ ପାଇଁ ପୁଲିସ୍‌ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ କମିଶନ। ଏହା ପରେ ମଧ୍ୟ ମାମଲାର ତଦନ୍ତ ଆଗକୁ ବଢ଼ିନଥିଲା। ଶେଷରେ ନ୍ୟାୟ ପାଇଁ ବନଜା ଏସ୍‌ଡିଜେମଙ୍କ କୋର୍ଟକୁ ଯାଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଲିସ ଆତ୍ମହତ୍ୟା ମାମଲାକୁ ହତ୍ୟା ମାମଲାକୁ ବଦଳିଥିଲା। ଯେଉଁଥିରେ ମନୀଷ ଅଗ୍ରଓ୍ୱାଲଙ୍କ ସମେତ ଅନ୍ୟ ତିନିଜଣଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଥିଲା।

ମନୀଷ ଅଗ୍ରଓ୍ୱାଲ ହତ୍ୟା ମାମଲାରେ ଛନ୍ଦି ହୋଇ ପଡ଼ିବା ପରେ ତାଙ୍କୁ ଅଚାନକ ବଦଳି କରିଥିଲେ ରାଜ୍ୟ ସରକାର। ତାଙ୍କୁ ଯୋଜନା ଓ ସଂଯୋଜନ ବିଭାଗ ଉପସଚିବ ଭାବେ ଅବସ୍ଥାପିତ କରାଯାଇଥିଲା।

ad-week
Leave A Reply

Your email address will not be published.