ବୁଷ୍ଟର ଡୋଜ କୋଭିଡର ନୂଆ ଭାରିଆଣ୍ଟକୁ ପ୍ରତିହତ କରିପାରିବ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ

add-all

ଭୁବନେଶ୍ବର: କିଛି ଦିନର ନିରବତା ପରେ ପୁଣି ଥରେ କୋଭିଡ୍‍ ସଂକ୍ରମଣ ଆଶଙ୍କା ଦେଖାଦେଇଛି। କରୋନାକୁ ପୁଣି ଥରେ ହରାଇବା ପାଇଁ ସସସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି। ବୁଷ୍ଟର ଡୋଜ ନୂଆ ଭାରିଆଣ୍ଟକୁ ପ୍ରତିହତ କରିପାରିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ୨୮ ନଭେମ୍ବରରୁ ସରକାରୀ ଟିକାକାରଣ ବନ୍ଦ ରହିଛି। କେନ୍ଦ୍ରକୁ ଟିକା ଯୋଗାଣ ପାଇଁ ଅନୁରୋଧ କରିବୁ। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେନ୍ଦ୍ରକୁ ଚିଠି ଲେଖାଯିବା । ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ଟିକକରଣ କ୍ଷେତ୍ରରେ ୮ କୋଟି ୧୪ ଲକ୍ଷ ଟିକା ଦିଆ ସରିଛି।  ପ୍ରଥମ ଡୋଜ ୯୭%, ୨ୟ ଡୋଜ ୯୪% ଓ ପିକେସନ ୪୧% ଲୋକେ ନେଇଛନ୍ତି।  ୨୫ ଲକ୍ଷ ଲୋକ ଦ୍ୱତୀୟ ଡୋଜ ନେଇ ନ ଥିବା ବେଳେ ୫୯% ପିକସନ ଡୋଜ ନେଇନାହାନ୍ତି। ବର୍ତ୍ତମାନ ଟିକା ଯୋଗାଣ ନାହିଁ ଯେତିକି ଥିଲା ସରିଯାଇଛି। ସମସ୍ତ ପ୍ରକାର ଟିକା ଆମର ସରିଯାଇଛି ଆମେ ସଜାଗ ଅଛୁ। ସଂକ୍ରମଣକୁ ପ୍ରତିହତ ପାଇଁ ଓଡିଶା ସରକାର ପ୍ରସ୍ତୁତ ଅଛନ୍ତି।  ଆଜି ବୈଠକ ଅଛି ନିଷ୍ପତି ପରେ ଟିକା ଯୋଗାଇଦେବା ଚିଠି ଲେଖାଯିବ। ରାଜ୍ୟରେ ୧୨ ଟି ପ୍ରାଇଭେଟ ହସ୍ପିଟାଲରେ ଟିକା କରଣ ଚାଲିଛି। ବାହାର ରାଜ୍ୟରୁ ୧୬ ଲକ୍ଷ ୧୭ ହଜାର ଟିକା ମଗାଯାଇଥିଲା। ପ୍ରିକସନ ଡୋଜ ନେଇଥିବା ଲୋକେ ସୁରକ୍ଷିତ, ସର୍ବଭାରତୀୟ ସ୍ତରରେ ଓଡ଼ିଶାରେ ଅଧିକ ଟିକା ଦିଆଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।

ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା ବେଳେ ଜିନୋମ ସିକ୍ୱେନ୍ସିଂ ଦାୟିତ୍ୱରେ ଥିବା ଅନୁଷ୍ଠାନ ନିଜର କାର୍ଯ୍ୟଦକ୍ଷତା ବୃଦ୍ଧି ଉପରେ କାମ କରିବା ଆରମ୍ଭ କରିଛନ୍ତି। ଜିନୋମ୍‍ ସିକ୍ୱେନ୍ସିଂ ଏବଂ ଜିଲ୍ଲା ସ୍ତରୀୟ ନିରୀକ୍ଷଣରୁ କରୋନାର ପୁନଃସଂକ୍ରମଣର ପ୍ରମାଣ ମିଳିଲେ ରାଜ୍ୟରେ ପୁଣିଥରେ ପୂର୍ବଭଳି କରୋନା ନିୟମ କଡ଼ାକଡ଼ି କରାଯାଇପାରେ। ତେଣୁ କରୋନା ନିୟମ ପାଳନ କରିବା ସହ ସଜାଗ ଓ ସତର୍କ ରହିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ad-week
Leave A Reply

Your email address will not be published.