
ଭୁବନେଶ୍ବର: ପୁରୀ ଜିଲା ପିପିଲି ଉପଖଣ୍ଡର ଭାରତିପୁର ସେକ୍ସନ ଲାଇନ୍ମ୍ୟାନ୍ ମାନସ ରଞ୍ଜନ ସାହୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଭିଯୋଗକାରୀଙ୍କ ସମ୍ପର୍କୀୟଙ୍କ କୁକୁଡ଼ା ଫାର୍ମକୁ ନୂତନ ବିଦ୍ୟୁତ ସଂଯୋଗ ପାଇଁ ଫିଜିବିଲିଟି ରିପୋର୍ଟ ପ୍ରଦାନ କରିବାକୁ ୭,୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ। ଏଥିସହ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏନେଇ ଭୁବନେଶ୍ବର ଭିଜିଲାନ୍ସ ମାମଲା ରୁଜୁ କରି ମାନସ ସାହୁଙ୍କ ବିରୋଧରେ ତଦନ୍ତ ଚଳାଇଛି।