ସେଣ୍ଟ୍ରାଲ ପ୍ୟାରିସରେ ଆଖିବୁଜା ଗୁଳିମାଡ଼: ୨ ମୃତ, ୬୦ ବର୍ଷୀୟ ବୃଦ୍ଧ ଗିରଫ

add-all

ପ୍ୟାରିସ: ସେଣ୍ଟ୍ରାଲ ପ୍ୟାରିସରେ ଆଜି ହଠାତ୍‌ ଆଖିବୁଜା ଗୁଳିମାଡ଼ ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଆହତ ହୋଇଛନ୍ତି। ସେହିପରି ଗୁଳିମାଡ଼ କରିଥିବା ୬୦ ବର୍ଷୀୟ ବୃଦ୍ଧଙ୍କୁ ପୁଲିସ ଗିରଫ କରି ସ୍ଥିତିକୁ ନିୟନ୍ତ୍ରଣ କରିଛି। ଗୁଳିମାଡ଼ର କାରଣ ଜଣାପଡ଼ି ନଥିଲେ ହେଁ ଆହତ ହୋଇଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ପୁଲିସ୍‌ କହିଛି।

ମିଳିଥିବା ସୂଚନା ଅନୁଯାୟୀ, କୁରୁଡିଶ କଲଚରାଲ ସେଣ୍ଟରରେ ଏପରି ଗୁଳିମାଡ଼ ହୋଇଛି। ୬୦ ବର୍ଷୀୟ ବୃଦ୍ଧ ଜଣଙ୍କ ଏଠାରେ ପହଞ୍ଚିବା ପରେ ୭ରୁ ୮ ରାଉଣ୍ଡ ଗୁଳି ଚଳାଇଥିଲେ। ଗୁଳିମାଡ଼ ଦେଖି ଲୋକମାନେ ଏଣେତେଣେ ଦୌଡ଼ୁଥିବା ବେଳେ ସୁରକ୍ଷାକର୍ମୀମାନେ ଠିକଣା ସମୟରେ ପହଞ୍ଚି ଯାଇଥିଲେ। ଏହାପରେ ସେମାନେ ସ୍ଥିତିକୁ ନିୟନ୍ତ୍ରଣ ମଧ୍ୟକୁ ଆଣି ଗୁଳି ଚଳାଇଥିବା ବୃଦ୍ଧଙ୍କୁ ଗିରଫ କରିଥିଲେ। ଏବେ ସୁରକ୍ଷାକର୍ମୀମାନେ ଗୁଳିମାଡ଼ ପଛରେ ଥିବା କାରଣ ଜାଣିବା ପାଇଁ ଗିରଫ ବୃଦ୍ଧଙ୍କୁ ଜେରା ଆରମ୍ଭ କରିଛନ୍ତି।

ad-week
Leave A Reply

Your email address will not be published.