ହାତ ଲେଖା ମେଳାଇବା ପାଇଁ ଅର୍ଚ୍ଚନାଙ୍କ ଦସ୍ତଖତ ନେଲା ପୁଲିସ୍‌

add-all

ଭୁବନେଶ୍ୱର : ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗଙ୍କୁ ପୁଲିସ୍‌ ଗିରଫ କରିବାକୁ ଅନେକ ଦିନ ବିତିଲାଣି। ହେଲେ ଆଜି ପର୍ଯ୍ୟନ୍ତ ତା’ର ହସ୍ତାକ୍ଷର ନେଇନଥିଲା। ଆଜି କମିଶନ୍‌ରେଟ୍‌ ଅର୍ଚ୍ଚନାଙ୍କ ହସ୍ତାକ୍ଷର ନେଇଛି। ଅର୍ଚ୍ଚନାଙ୍କ ଡାଏରୀରେ ଲେଖା ସହ ହସ୍ତାକ୍ଷର ମେଳ କରିବାକୁ ଝାରପଡ଼ା ଜେଲ୍‌ରୁ ନମୁନା ଅଣାଯାଇଛି। ଯାହା ଫଳରେ ଏହି ମାମଲା କୋର୍ଟରେ ପ୍ରମାଣିତ କରିବାକୁ ପୁଲିସ ପାଖରେ ରହିବ ବଳିଷ୍ଠ ପ୍ରମାଣ।
ସେପଟେ ଅର୍ଚ୍ଚନା ନାଗ ବିରୋଧରେ ୫୦୧ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ନୟାପଲ୍ଲୀ ଥାନା ପୁଲିସ୍‌। ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ୩କୋଟି ଟଙ୍କାର ବ୍ଲାକମେଲ୍‌ କରିବା ମାମଲାରେ ଏହି ଚାର୍ଜସିଟ୍ ଦାଖଲ ହୋଇଛି। ଅକ୍ଷୟ ପରିଜାଙ୍କୁ ୩ କୋଟି ଟଙ୍କା ଡିମାଣ୍ଡ ସମ୍ବନ୍ଧୀୟ ପ୍ରମାଣ, ଡିଲ ବେଳର ପ୍ରମାଣ ଓ ଅନ୍ୟ କିଛି ପ୍ରମାଣ ସହ ଚାର୍ଜସିଟ୍ ଦାଖଲ କରିଛି ନୟାପଲ୍ଲୀ ଥାନା ପୁଲିସ୍‌।

ସେହିପରି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ୪ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ। ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୯ ଦିନ ରିମାଣ୍ଡ ନେଇ ପଚରାଉଚରା କରିଥିଲା ଇଡି। ଦ୍ୱିତୀୟ ପର୍ଯ୍ୟାୟରେ ରିମାଣ୍ଡରେ ଇଲେକ୍ଟ୍ରୋନିକ ଡିଭାଇସ୍‌ ସମ୍ପର୍କରେ ପଚରାଉଚରା କରିବ ଇଡି। ଏହା ସହିତ ଆଗାମୀ ୨ ତାରିଖ ପର୍ଯ୍ୟନ୍ତ ଅର୍ଚ୍ଚନା ଓ ଖଗେଶ୍ୱରଙ୍କ ବିଚାର ବିଭାଗୀୟ ହାଜତ ସମୟ ସୀମା ବଢ଼ିଛି।

ad-week
Leave A Reply

Your email address will not be published.