ଜୋର ଧରିଲା କୋଶଲ ରାଜ୍ୟ ଦାବି…

add-all

ବଲାଙ୍ଗୀର: ପୁଣି ଜୋର ଧରିଲା କୋଶଲ ରାଜ୍ୟ ଦାବି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ପ୍ରତିଷ୍ଠା ଦାବି ସୁପ୍ରିମକୋର୍ଟଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ହେବା ପରେ ଏବେ କୋଶଲ ରାଜ୍ୟ ଦାବି ହିଁ ଏକମାତ୍ର ବିକଳ୍ପ ବୋଲି କୋଶଲ ରାଜ୍ୟ ସମନ୍ବୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ ମିଶ୍ର କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ପଶ୍ଚିମ ଓଡ଼ିଶାର ରାଜନୈତିକ ନେତାମାନେ ନିଜର ବ୍ୟକ୍ତିଗତ ସ୍ବାର୍ଥସାଧନ ଦିଗରେ ବ୍ୟସ୍ତ ଅଛନ୍ତି। ସେମାଦନ ଏ ଅଞ୍ଚଳର ଉପଯୁକ୍ତ ବିକାଶ ଦିଗରେ ଧ୍ୟାନ ଦେଇନାହାନ୍ତି। ଯଦିଓ ରାଜ୍ୟ ସରକାର ପଶ୍ଚିମ ଓଡ଼ିଶା ପରିଷଦ ଓ କେନ୍ଦ୍ର ସରକାର କେବିକେ ନାଆଁରେ ଅନୁଷ୍ଠାନ ପ୍ରତିଷ୍ଠା କରିଛନ୍ତି, ମାତ୍ର ବି ପଶ୍ଚିମ ଓଡ଼ିଶାର ବିକାଶ ଦିଗରେ କାମ କରିପାରୁନାହାନ୍ତି। ଏଣୁ କୋଶଲ ରାଜ୍ୟ ଗଠନ ଲାଗି ସମ୍ମିଳିତ ଉଦ୍ୟମ ହେବା ଆବଶ୍ୟକ ବୋଲି ଶ୍ରୀ ମିଶ୍ର କହିଛନ୍ତି।
ସୂଚନାଯୋଗ୍ୟ, କୋଶଲ ରାଜ୍ୟ ନେଇ ଉଠିଥିବା ସ୍ବରକୁ ଅଧିକ ଶାଣିତ ଓ ତୀବ୍ର କରିବା ପାଇଁ ପଶ୍ଚିମାଞ୍ଚଳର ଜିଲ୍ଲାଗୁଡ଼ିକରେ ରଣନୀତି ପ୍ରସ୍ତୁତ କରାଯାଉଛି। ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଏହି ଆନ୍ଦୋଳନକୁ ବ୍ୟାପକ କରିବାକୁ ନିଷ୍ପତ୍ତି ନେଇଛି କୋଶଳ ଯୁଗ୍ମ କ୍ରିୟାନୁଷ୍ଠାନ କମିଟି। କମିଟିର ଆହ୍ବାନକ୍ରମେ ସ୍ଥାନୀୟ ପୂର୍ତ୍ତ ଡାକବଙ୍ଗଳରେ ରାଜ୍ୟ ଆବାହକ ରାମଚନ୍ଦ୍ର ଅମାତଙ୍କ ସଭାପତିତ୍ବରେ ଏ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲାର ସମସ୍ତ କୋଶଲବାଦୀ ସଂଗଠନ କୋଶଲ କ୍ରାନ୍ତିଦଳ, କୋଶଲ ରାଜ୍ୟ ସମନ୍ବୟ ସମିତି, ଯୁବ ସମନ୍ବୟ ସମିତି, ମାଦ୍ରିକାଲୋ ଯୁବ ପରିଷଦ, କୋଶଳ ସେନା ପ୍ରତିନିଧିମାନେ ଯୋଗ ଦେଇ ସମସ୍ତ ସଂଗଠନ ଏକଜୁଟ ହୋଇ କୋଶଲ ରାଜ୍ୟ ଗଠନ ଆନ୍ଦୋଳନକୁ ଆଗକୁ ନେବାକୁ ନିଷ୍ପତ୍ତି ନେଇଥିଲେ। ସ୍ବତନ୍ତ୍ର କୋଶଲ ରାଜ୍ୟ ଦାବି ନେଇ ଆଲୋଚନା ହୋଇଥିଲା।

ad-week
Leave A Reply

Your email address will not be published.